ETV Bharat / state

ଭୋଜି ଖାଇ ଫେରୁଥିଲେ ଘାଟିରେ ଓଲଟିଲା ଟ୍ରକ, ଶତାଧିକ ଆହତ

author img

By

Published : Jun 18, 2022, 3:57 PM IST

Updated : Jun 18, 2022, 5:20 PM IST

ଭୋଜି ଖାଇ ଫେରୁଥିଲେ ଘାଟିରେ ଓଲଟିଲା ଟ୍ରକ, ଶତାଧିକ ଆହତ
ଭୋଜି ଖାଇ ଫେରୁଥିଲେ ଘାଟିରେ ଓଲଟିଲା ଟ୍ରକ, ଶତାଧିକ ଆହତ

ବିବାହ ଭୋଜି ହେଲା କାଳ । ଭୋଜିଖାଇ ଘରକୁ ଫେରୁଥିବା ବେଳେ ଓଲଟି ପଡ଼ିଲା ଟ୍ରକ । ଫଳରେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଫୁଲବାଣୀ: ବିବାହ ଭୋଜି ହେଲା କାଳ । ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଓଲଟି ପଡ଼ିଲା ଟ୍ରକ । ଫଳରେ ଟ୍ରକରେ ବସିଥିବା ଶତାଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଏଭଳି ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲା ପାଙ୍ଗାଲୀ ଗ୍ରାମ ନିକଟ ଶିଝିଗାଣ୍ଡା ଘାଟିରେ ।

ଭୋଜି ଖାଇ ଫେରୁଥିଲେ ଘାଟିରେ ଓଲଟିଲା ଟ୍ରକ, ଶତାଧିକ ଆହତ

ସୂଚନାନୁସାରେ, ବ୍ରାହ୍ମଣଗାଁ ଥାନା ଅନ୍ତର୍ଗତ ପୁଟୁଡୁମାହା ଗ୍ରାମର କନ୍ୟାଯାତ୍ରୀ ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପାଙ୍ଗାଲୀ ଗ୍ରାମକୁ ଏକ ଟ୍ରକ୍ ଯୋଗେ ଶତାଧିକ ଲୋକେ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିଲେ । ହେଲେ ବିବାହ ଭୋଜି ଖାଇ ଫେରୁଥିବା ବେଳେ ଶିଝିଗାଣ୍ଡା ଘାଟିରେ ଟ୍ରକ ଚାଳକ ଭାରସାମ୍ୟ ହରାଇ ବସାଇଥିଲେ । ଫଳରେ ଟ୍ରକଟି ଘାଟି ନିକଟରେ ଓଲଟି ପଡିଥିଲା । ତଳକୁ ଖସି ପଡିଥିଲେ ଯାତ୍ରୀ । ତେବେ ଟ୍ରକରେ ବସିଥିବା ଶତାଧିକ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ, ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଇଟିଭି ଭାରତ, କନ୍ଧମାଳ

Last Updated :Jun 18, 2022, 5:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.