ETV Bharat / state

ଚନ୍ଦନ କାଠ ଜବତ, ୪ ଗିରଫ

author img

By

Published : Mar 10, 2022, 9:27 PM IST

ଚନ୍ଦନ କାଠ ଜବତ ,୪ ଗିରଫ
ଚନ୍ଦନ କାଠ ଜବତ ,୪ ଗିରଫ

ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କାଠ ଚୋରା ଚାଲାଣ । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ପୋଲିସ ଚନ୍ଦନ କାଠ ସହ ଚାରି ଜଣଙ୍କୁ ଗିରଫ କରିଛି l ଅଧିକ ପଢନ୍ତୁ

ଫୁଲବାଣୀ : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କାଠ ଚୋରା ଚାଲାଣ । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ପୋଲିସ ଚନ୍ଦନ କାଠ ସହ ଚାରି ଜଣଙ୍କୁ ଗିରଫ କରିଛି l ଗିରଫ ଯୁବକମାନେ ହେଲେ ରାଇକିଆ ଥାନା ଅନ୍ତର୍ଗତ ଶିଶାପାଙ୍ଗ ଗାଁର ଅଭୟ ଡିଗାଲ, ଜଗନ ପ୍ରଧାନ, ଲାମ୍ବୁଙ୍ଗିଆର ଆଦିତ୍ୟ ନାୟକ ଓ ନାରାୟଣ ପ୍ରଧାନ ।

ଚନ୍ଦନ କାଠ ଜବତ ,୪ ଗିରଫ

ସୂଚନା ଅନୁସାରେ, ଗାନ୍ଧ୍ରିଗାଁ ପଞ୍ଚାୟତର ଡକମ୍ବା ଗାଁର ପୂର୍ଣ୍ଣ ଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ କାଟି ଚନ୍ଦନ କାଠ ନେବା ସମୟରେ ଗ୍ରାମବାସୀ କାବୁ କରିଥିଲେ। ସେଠାକାର ଗ୍ରାମରକ୍ଷୀ ସାରଙ୍ଗଡ ଥାନାକୁ ଖବର ଦେଇଥିଲେ। ଖବର ପାଇଁ ସାରଙ୍ଗଡ ଥାନା ଅଧିକାରୀ ବଧୁଲେଖା ବିଶ୍ୱାଳ ଓ ଏସଆଇ କୃଷ୍ଣ ଚନ୍ଦ୍ର ଗୈାଡନେତୃତ୍ୱରେ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଥିଲା ।

ସେମାନଙ୍କୁ ଗିରଫ କରିବା ସହ ଚନ୍ଦନ କାଠ ଓ ବାଇକ ଜବତ କରିଥିଲେ। ଜବତ ହୋଇଥିବା ତିନି ଖଣ୍ଡ ଚନ୍ଦନ କାଠର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଏମାନେ ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୮ ଖଣ୍ଡ ଚନ୍ଦନ କାଠ ଚୋରି କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ସାରଙ୍ଗଡ ପୋଲିସ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.