ETV Bharat / state

୫ ବର୍ଷୀୟ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ, ୧ ଲକ୍ଷ ଜୋରିମାନା

author img

By

Published : Jan 12, 2022, 12:44 PM IST

କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ
କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

୫ ବର୍ଷୀୟ ନାବାଳିକା ଦୁଷ୍କର୍ମ ମାମଲା(Kandhamal minor rape case) ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକ୍ସୋ କୋର୍ଟ(Phulbani POCSO Court) । ଅଧିକ ପଢନ୍ତୁ

ଫୁଲବାଣୀ: ୫ ବର୍ଷୀୟ ନାବାଳିକା ଦୁଷ୍କର୍ମ ମାମଲା(Kandhamal minor rape case) ର ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକ୍ସୋ କୋର୍ଟ(PhulbaniPOCSO Court) । ଏହାସହ ଅଭିଯୁକ୍ତକୁ ୧ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି । ତେବେ ଜୋରିମାନା ନଦେଲେ ଅଧିକ ୧ ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ ହୋଇଛି।

କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ

ମିଳିଥିବା ସୂଚନା ଅନୁସାରେ ୨୦୧୮ ଜୁଲାଇ ୧୭ରେ ଖଜୁରୀପଡା ଥାନା ଅଞ୍ଚଳର ଜଣେ ବୃଦ୍ଧା ତାଙ୍କର ଦୁଇ ନାତୁଣୀଙ୍କୁ ଧରି ଘର ବାରଣ୍ଡାରେ ଶୋଇଥିଲେ । ନିଦ ଭାଙ୍ଗିବା ପରେ ତାଙ୍କର ୫ ବର୍ଷର ନାତୁଣୀକୁ ପାଖରେ ନ ପାଇ ଖୋଜାଖୋଜି କରିଥିଲେ । ଏହାପରେ ତାକୁ ପାଇଖାନା ପାଖରୁ ପରିବାର ଲୋକେ ପାଇ ପଚାରିବାରୁ ଅଭିଯୁକ୍ତ ପ୍ରକାଶ ତାକୁ ଟେକି ନେଇ ଦୁଷ୍କର୍ମ କରିଥିବା ନାବାଳିକା ଜଣକ ପ୍ରକାଶ କରିଥିଲା । ଏନେଇ ୧୯ ରେ ପିଡିତାଙ୍କ ଜେଜେବାପା ଖଜୁରୀପଡା ଥାନାରେ ଏତଲା ଦେଇଥିଲେ ।

ପୋଲିସ ୫୮/୨୧ରେ ମାମଲା ରୁଜୁ କରି ପ୍ରକାଶଙ୍କୁ ଗିରଫ କରିଥିଲା । ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ବନମାଳୀ ବେହେରା ଏହି ମାମଲା ପରିଚାଳନା କରୁଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.