ETV Bharat / state

ଜନନୀ ଯଂତ୍ରଣା: ଆମ୍ବୁଲାନ୍ସ ଯିବାକୁ ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ

author img

By

Published : Dec 14, 2022, 7:31 PM IST

ଆମ୍ବୁଲାନ୍ସ ଯିବାକୁ ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ
ଆମ୍ବୁଲାନ୍ସ ଯିବାକୁ ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ

ଜନନୀ ଯଂତ୍ରଣା । ଆମ୍ବୁଲାନ୍ସ ଯିବାକୁ ଗାଁକୁ ନାହିଁ ରାସ୍ତା । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ( pregnent woman carried on cot) । ଏଭଳି ଏକ ହୃଦୟବିତାରକ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଫୁଲବାଣୀ: ଜନନୀ ଯଂତ୍ରଣା । ରାସ୍ତା ନ ଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ( pregnent woman carried on cot) । ଏଭଳି ଏକ ହୃଦୟବିତାରକ ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ତୁମୁଡିବନ୍ଧ ବ୍ଲକ ରୁ ନିଲିଙ୍ଗପଦର ଗ୍ରାମ ପାଖାପାଖି 15 କିମି ଦୂର । 3ଟି ବିଶାଳ ପାହାଡ ଚଢିବା ପରେ ଦେଖାଯାଏ ନିଲିଙ୍ଗପଦର ଗ୍ରାମ । ଶହେ ଦଶନ୍ଧିରୁ ଏହି ଗ୍ରାମକୁ ରାସ୍ତା ସଂଯୋଗ ହୋଇ ନଥିବା ବେଳେ ଯେଉଁଥିପାଇଁ ଗ୍ରାମବାସୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ଆଣିବା ହେଉ କି ଭତ୍ତା ଆଣିବା । ନିଜର ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କିଣିବାକୁ ମଧ୍ୟ ଏମାନଙ୍କୁ କେବଳ ତୁମୁଡିବନ୍ଧ ମୁଖ୍ୟବଜାର ଭରସା । ଆଉ ତୁମୁଡିବନ୍ଧ ଆସିବାକୁ ହେଲେ ଏମାନଙ୍କୁ 4ଗୋଟି ପାହାଡ ଅତିକ୍ରମ କରି ଆସିବାକୁ ପଡୁଛି । ଆଉ ଏହାରି ମଧ୍ୟରେ ସବୁଠୁ ବଡ ସମସ୍ୟା ହେଲା ଏମାନଙ୍କ ସ୍ବାସ୍ଥ୍ୟସେବା କାର୍ଯ୍ୟ ।

ଅନ୍ୟପଟେ ଗ୍ରାମକୁ ରାସ୍ତା ସଂଯୋଗ ନଥିବା ହେତୁ ଏହି ଗ୍ରାମକୁ କୌଣସି ଅଙ୍ଗନବାଡି, ଆଶା କର୍ମୀ ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସେବିକା ମଧ୍ୟ ଯାଉନାହାନ୍ତି । ଗତ ଦିନରେ ଏହି ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ରାସ୍ତା ମଞ୍ଜୁର ହେଇଥିଲା । ହେଲେ ବନବିଭାଗ ନିଜର ସଂରକ୍ଷଣ ଅଞ୍ଚଳ କହି ରାସ୍ତା କାମକୁ ବନ୍ଦ କରିଦେଇଛନ୍ତି । ଏନେଇ ନୀଳଙ୍ଗପଦର ଗ୍ରାମର ଚୁମକି ପାଟମାଝୀ ନାମକ ଜଣେ ମହିଳା ତିନି ମାସର ଗର୍ଭବସ୍ଥାରେ ଥିବାବେଳେ ଗତ ଶନିବାର ଦିନ ତାଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ଗୋଟିଏ ପଟେ ଅଙ୍ଗନବାଡି କର୍ମୀ ଧାରଣାରେ ବସିଥିବା ବେଳେ ଅନ୍ୟପଟେ ଆଶାକର୍ମୀ ମଧ୍ୟ ଧାରଣାରେ ବସିଥିଲେ ।

ସ୍ବାମୀ ବାଲେଶ୍ବର ପାଟମାଝୀ ଖଟିଆରେ ବୋହି ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିବାକୁ ଚାହିଁଥିଲେ ମଧ୍ୟ ପାହାଡ ପର୍ବତ କଥା ଭାବି ସାହସ କରିପାରିନଥିଲେ । ଏନେଇ ରବିବାର ଗୋଟିଏ ଦିନ ବିତିଗଲା ପରେ ପୁଣି ଶନିବାର ଦିନ ସକାଳ ସମୟରେ ମହିଳାଙ୍କୁ ଅସହ୍ୟ ଯନ୍ତ୍ରଣା ହୋଇଥିଲା । ତେଣୁ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଏକତ୍ରିତ ହେବା ସହ ମେଡିକାଲ ନେବାକୁ ଆଲୋଚନା କରିବା ସମୟରେ ନିଲିଙ୍ଗପଦର ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ସେମାନଙ୍କୁ ମେଡିକାଲ ଆଣିବାକୁ ସାହାଯ୍ୟ କରିଥିଲେ ।

ଗର୍ଭବତୀଙ୍କୁ ଖଟିଆରେ ବୋହି 15 ରୁ ଉର୍ଦ୍ଧ ପୁରୁଷ ମହିଳା ମିଶି ତାଙ୍କୁ ସେମାନଙ୍କ ପାଖରେ ପାହାଡ ପର୍ବତ ଅତିକ୍ରମ କରି ମୋବାଇଲ ନେଟୱାର୍କ ଆସୁଥିବା ଏକ ସ୍ଥାନରେ ପହଞ୍ଚାଇବା ପରେ ଜଣେ ଗଣମାଧ୍ୟମ ପ୍ରତିନିଧି 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ହେଲେ ତୁମୁଡିବନ୍ଧରେ 108 ଆମ୍ବୁଲାନ୍ସ ନଥିଲା ଅନ୍ୟତ୍ର ରୋଗୀଙ୍କୁ ଆଣିବାକୁ ଯାଇଥିବାନେଇ 108ର ଗ୍ରାହକ ସେବାକେନ୍ଦ୍ର ପକ୍ଷରୁ (ଜଣେ ମହିଳା କର୍ମଚାରୀ) ସୂଚନା ଦେଇଥିଲେ । ଯାହାଫଳରେ କୋଟଗଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ଆମ୍ବୁଲାନ୍ସ ପାଇଁ କୁହାଯିବା ପରେ ପାଖାପାଖି 1 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଲାଗିଥିଲା । ଅନ୍ୟପଟେ ମେଡିକାଲ ଅଧିକାରୀ ଓ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଅବହେଳା ଯୋଗୁଁ ଜଣେ ନବଜାତ ଶିଶୁ ଦୁନିଆ ଦେଖିବା ପୂର୍ବରୁ ଦୁନିଆ ଛାଡିଗଲା ବୋଲି ଗର୍ଭବତୀ ମହିଳା ଓ ତାଙ୍କ ସ୍ବାମୀ ବାଲେଶ୍ବର ପାଟମାଝୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.