ETV Bharat / state

ଥାନାରୁ ଚମ୍ପଟ ମାରିଥିବା ବାଇକ ଚୋରକୁ ଧରିଲା ପୋଲିସ

author img

By

Published : Sep 15, 2020, 11:05 AM IST

ଥାନାରୁ ଚମ୍ପଟ ମାରିଥିବା ବାଇକ ଚୋରକୁ ଧରିଲା
ଥାନାରୁ ଚମ୍ପଟ ମାରିଥିବା ବାଇକ ଚୋରକୁ ଧରିଲା

ମୋଟରସାଇକେଲ ଚୋରି ରାକେଟରେ ସାମିଲ ଅଭିଯୁକ୍ତ ଥାନାରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନାରେ ଘଟିଛି ଏଭଳି ଘଟଣା ।

କନ୍ଧମାଳ: ଥାନାରୁ ଅଭିଯୁକ୍ତ ଚମ୍ପଟ । ମୋଟରସାଇକେଲ ଚୋରି ରାକେଟରେ ସାମିଲ ଅଭିଯୁକ୍ତ ଥାନାରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିଲା । କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନାରେ ଘଟିଛି ଏଭଳି ଘଟଣା ।

ଥାନାରୁ ଚମ୍ପଟ ମାରିଥିବା ବାଇକ ଚୋରକୁ ଧରିଲା ପୋଲିସ

ସାରଙ୍ଗଗଡ଼ ଥାନାରୁ ବାଇକ ଚୋର ଚମ୍ପଟ ହୋଇଥିବା ଘଟଣା ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି | ସୂଚନାନୁସାରେ ଗତ ଏକ ସପ୍ତାହ ପୂର୍ବରୁ ସାରଙ୍ଗଗଡ଼ ନିକଟ ବଣ୍ଡଗୁଡାରୁ ମିଟୁନା ପୃଷ୍ଟିଙ୍କ ବାଇକକୁ ଚୋରାଇ ନେଇ କେହି ଚାଲିଯାଇଥିଲା । ଏହି ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଗତ 12/09/2020ରେ ବାଇକ ଚୋର ଜଣକ ଫୁଲବାଣୀ ଆଡକୁ ଚାଲିଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଏହାପରେ ସାରଙ୍ଗଗଡ଼ ପୋଲିସ ଅଭିଯୁକ୍ତ ପିଣ୍ଟୁ(ପ୍ରିୟ ରଞ୍ଜନ)କୁ ଆଣି ଥାନାରେ ରଖିଥିଲେ । ଉକ୍ତ ଅଭିଯୁକ୍ତ ଜଣକ ବଣ୍ଡଗୁଡା ପଞ୍ଚାୟତର ଗିନ୍ଦାପଙ୍ଗା ଗ୍ରାମର ବୋଲି ଜଣାପଡିଛି |

କିନ୍ତୁ ସେଠାରୁ ଅଭିଯୁକ୍ତ ପ୍ରିୟ ରଞ୍ଜନ କେତେବେଳେ କୌଶଳ କ୍ରମେ ଚମ୍ପଟ ମାରିଥିଲା । ପରେ ଥାନାର ଦୁଇଟି ଟିମ ଜୋରଦାର ଖାନ୍ ତଲାସି କରିଥିଲେ । ଫେରାର ଅଭିଯୁକ୍ତ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ହେଲେ ଅଭିଯୁକ୍ତ ଜଣକ କିପରି କେଉଁ ପରିସ୍ଥିତିରେ ଥାନାରୁ ଫେରାର ହେଲା ସେ ନେଇ ମଧ୍ୟ ତଦନ୍ତ କରାଯାଉଥିବାବେଳେ କିଛି ସମୟ ପରେ ଅଭିଯୁକ୍ତକୁ କ. ନୂଆଗାଁ ନିକଟ ରୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ଏଥସହ ଚୋରି ବାଇକ୍ ଜବତ ହୋଇଛି । ତେବେ ଅନ୍ୟ କେଉଁ ମାମଲାରେ ସେ ସାମିଲ ରହିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.