ETV Bharat / state

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୩ ବର୍ଷ ଜେଲ

author img

By

Published : Mar 10, 2022, 10:11 PM IST

Phulbani special pocso Court sentences a Man to 3 years in jail for raping teenager
ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୩ ବର୍ଷ ଜେଲ

ନାବାଳିକା ଦୁଷ୍କର୍ମ ମାମଲାରେ ଫୁଲବାଣୀ ସ୍ବତନ୍ତ୍ର ପୋସ୍କୋ କୋର୍ଟଙ୍କ ଐତିହାସିକ ରାୟ । ଫୁଲବାଣୀ ସ୍ବତନ୍ତ୍ର ପୋସ୍କୋ କୋର୍ଟର ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପପୁନା ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଧିକ ପଢନ୍ତୁ

ଫୁଲବାଣୀ(କନ୍ଧମାଳ): ନାବାଳିକା ଦୁଷ୍କର୍ମ ମାମଲାରେ ଫୁଲବାଣୀ ସ୍ବତନ୍ତ୍ର ପୋସ୍କୋ କୋର୍ଟଙ୍କ ଐତିହାସିକ ରାୟ । ଫୁଲବାଣୀ ସ୍ବତନ୍ତ୍ର ପୋସ୍କୋ କୋର୍ଟର ବିଚାରପତି ତଥା ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍‌ ଭାସ୍କର ଚନ୍ଦ୍ର ସାହୁ ଏକ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ପପୁନା ମଲ୍ଲିକକୁ ଦୋଷୀ ସାବ୍ୟସ୍ତ କରି ୩ବର୍ଷ ସଶ୍ରମ କାରାଦଣ୍ଡ ଏବଂ ୨୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହି ସଙ୍ଗୀନ ଘଟଣାରେ ୧୦ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ ଏବଂ ପୀଡ଼ିତାଙ୍କ ବୟାନ ଆଧାରରେ ଏହି ରାୟ ଶୁଣାଇଛନ୍ତି କୋର୍ଟ । ଏଥିସହ ଜରିମାନା ଅନାଦେୟ ପପୁନାକୁ ଆଉ ଅଧିକ ୯ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ନିଜ ରାୟରେ ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ପକ୍ଷରୁ ମାମଲାକୁ ସ୍ବତନ୍ତ୍ର ପୋସ୍କୋ କୋର୍ଟର ପିପି ବନମାଳୀ ବେହେରା ପରିଚାଳନା କରୁଥିଲେ ।

ଘଟଣା ଅନୁସାରେ ୩୧ ଅକ୍ଟୋବର ୨୦୧୮ରେ ପୀଡିତା ନାବାଳିକାର ପିତାମାତା ଘରେ ଅନୁପସ୍ଥିତ ଥିବାର ସୁଯୋଗ ନେଇ ତାଙ୍କ ଗାଁ ଛକକୁ ଯାଉଥିବା ସମୟରେ ଅଭିଯୁକ୍ତ ପପୁନା ମଲ୍ଲିକ ଅପହରଣ କରି କୁର୍ତ୍ତମ ଗଡ ଗ୍ରାମକୁ ନେଇ ଗୋଟିଏ ଘରେ ରଖି ଦୁଷ୍କର୍ମ କରିଥିଲା । ପିତାମାତା ଖୋଜାଖୋଜି କରି ସେହି ଘରୁ ଝିଅକୁ ଉଦ୍ଧାର କରିଥିଲେ ଏବଂ ଉଭୟଙ୍କୁ ଥାନାକୁ ଆଣି ଅଭିଯୋଗ କରିଥିଲେ । ଏନେଇ ଦାରିଙ୍ଗବାଡି ଥାନାରେ ୦୪/୧୧/୧୦୧୮ ରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୧୪୯/୨୦୧୮ ପୋସ୍କୋ ଆଇନ ଅନୁସାରେ ରୁଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇଥିଲା । ସେହି ମାମଲାର ଘଟଣା ବିଚାର କରି ବିଚାରପତି ରାୟ ଶୁଣାଇଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.