ETV Bharat / state

ଭଡ଼ାରେ ଡାକି ନେଇ ଗାଡି ଡ୍ରାଇଭରଙ୍କୁ ହତ୍ୟା, ଜଣେ ଗିରଫ ଓ ମୁଖ୍ୟ ଅଭିଯୁକ୍ତ ଫେରାର

author img

By

Published : Aug 28, 2020, 7:27 AM IST

ଗାଡ଼ି ଭଡ଼ାରେ ଡାକି ନେଇ ଗାଡ଼ି ପାଇଁ ହତ୍ୟା, ଜଣେ ଗିରଫ ଓ ମୁଖ୍ୟ ଅଭିଯୁକ୍ତ ଫେରାର
ଗାଡ଼ି ଭଡ଼ାରେ ଡାକି ନେଇ ଗାଡ଼ି ପାଇଁ ହତ୍ୟା, ଜଣେ ଗିରଫ ଓ ମୁଖ୍ୟ ଅଭିଯୁକ୍ତ ଫେରାର

ଗାଡ଼ି ଭଡ଼ାରେ ଡାକି ନେଇ ଗାଡ଼ି ପାଇଁ ହତ୍ୟା। ମୃତଦେହ ମିଳିବାର ସପ୍ତାହେ ପରେ ମିଳିଲା ପୋଲିସକୁ ସଫଳତା। ଜଣେ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । କନ୍ଧମାଳ ଟିକାବାଲି ଥାନା ଅଞ୍ଚଳରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା।

ଫୁଲବାଣୀ: ଗାଡ଼ି ଭଡ଼ାରେ ଡାକି ନେଇ ଗାଡ଼ି ପାଇଁ ହତ୍ୟା। ମୃତଦେହ ମିଳିବାର ସପ୍ତାହେ ପରେ ମିଳିଲା ପୋଲିସକୁ ସଫଳତା। ଜଣେ ଗିରଫ ହୋଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଛି । କନ୍ଧମାଳ ଟିକାବାଲି ଥାନା ଅଂଚଳରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା।

ଗତ 20 ତାରିଖ ଦିନ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ କାଇଁଝର ଅଞ୍ଚଳର ଡ୍ରାଇଭର ଲକ୍ଷ୍ମୀନାରାୟଣ ସାହୁଙ୍କୁ ଦୁଇ ଜଣ ଗାଡ଼ି ଭଡ଼ାରେ ଡାକି ନେଇଥିଲେ। ଡ୍ରାଇଭର ଲକ୍ଷ୍ମୀ ନିଜ କାରରେ ଉଭୟଙ୍କୁ ଫୁଲବାଣୀ ଯାଏଁ ଆଣି ଛାଡିବା ପରେ ତାଙ୍କୁ ଚାବି ମାଗିଥିଲେ ଦୁଇ ଅଭିଯୁକ୍ତ। ପରେ ତଣ୍ଟି ଚିପି ଡ୍ରାଇଭରଙ୍କୁ ହତ୍ୟା କରିଥିଲେ ଓ କାର ନେଇ ଫେରାର ହୋଇଯାଇଥିଲେ। ତେବେ ମୃତ ଲକ୍ଷ୍ମୀଙ୍କୁ ସଦର ଥାନା ଅନ୍ତର୍ଗତ ମଜୁରିବିଡା ଗାଁ ନିକଟ ନାଳରେ ଫିଙ୍ଗି ଦେଇଥିଲେ ।

21 ତାରିଖ ଦିନ ସ୍ଥାନୀୟ ଲୋକ ମୃତଦେହ ପାଇ ପୋଲିସକୁ ଖବର ଦେଇଥିଲେ। ସଦର ପୋଲିସ ପ୍ରଥମେ ଏକ ଅଜଣା ମୃତଦେହ ଭାବି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା। କିନ୍ତୁ ପରେ ହତ୍ୟା ସୁରାକ୍ ପାଇ ଟିକାବାଲି ଥାନା ପୋଲିସକୁ ମାମଲା ହସ୍ତାନ୍ତର କରିଥିଲା।

ଟିକାବାଲି ପୋଲିସ ମୃତଦେହ ଚିହ୍ନଟ ହେବା ପରେ ତଦନ୍ତ କରିଥିଲା ଏବଂ ହତ୍ୟା ମାମଲା ରୁଜୁ କରିଥିଲା। ରାଇକିଆ ଥାନା ଅନ୍ତର୍ଗତ ବାଇବାଲି ଗାଁରୁ ଅଭିଯୁକ୍ତ ସୁଧୀର ଦିଗାଲକୁ ଗିରଫ କରିବା ପରେ ପାବୁରିଆ ନିକଟରୁ ମିଳିଥିଲା ଲୁଟ୍ କାରଟି। ତେବେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତ ଫେରାର ରହିଥିବା ଥାନା ଅଧିକାରୀ ରେବତୀ ସବର୍ ସୂଚନା ଦେଇଛନ୍ତି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.