ETV Bharat / state

Panchayat Poll: କନ୍ଧମାଳର ୬ଟି ଗାଁରେ ଭୋଟ ବର୍ଜନ

author img

By

Published : Feb 17, 2022, 7:10 AM IST

କନ୍ଧମାଳ ଜିଲାରେ ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ତେବେ କେ.ନୂଆଗାଁ ବ୍ଲକର ଜିରିଡିକିଆ ପଞ୍ଚାୟତରେ ସାମିଲ ହୋଇଥିବା ଅସନ୍ତୁଷ୍ଟ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଅଧିକ ପଢନ୍ତୁ

Panchayat Poll: ୬ଟି ଗାଁ ଲୋକେ କଲେ ଭୋଟ ବର୍ଜନ
Panchayat Poll: ୬ଟି ଗାଁ ଲୋକେ କଲେ ଭୋଟ ବର୍ଜନ

ଫୁଲବାଣୀ: କନ୍ଧମାଳ ଜିଲାରେ ବୁଧବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଛି । ତେବେ କେ.ନୂଆଗାଁ ବ୍ଲକର ଜିରିଡିକିଆ ପଞ୍ଚାୟତରେ ସାମିଲ ହୋଇଥିବା ଅସନ୍ତୁଷ୍ଟ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଏହା ପୂର୍ବରୁ ମଗଡିଙ୍ଗିଆକୁ ପଞ୍ଚାୟତ ଘୋଷଣା କରିବାକୁ ସରକାରଙ୍କ ନିକଟରେ ଏହି ୬ଟି ଗାଁ ଲୋକେ ଦାବି ରଖିଥିଲେ ।

Panchayat Poll: ୬ଟି ଗାଁ ଲୋକେ କଲେ ଭୋଟ ବର୍ଜନ

ମାତ୍ର ଦାବି ପୂରଣ ନହେବାରୁ ଶେଷରେ ସ୍ଥାନୀୟ ଲୋକ ଭୋଟ ବର୍ଜନ କରିଛନ୍ତି । ହେଲେ ଲୋକଙ୍କୁ ବୁଝାଇବା ଲାଗି ପ୍ରଶାସନିକ ଅଧିକାରୀ ଚେଷ୍ଚା କରି ବିଫଳ ହୋଇଥିଲେ । ସେହିପରି ଲୋକଙ୍କୁ ଭୋଟ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବର ବୁଝା ଯାଇଥିଲେ ମଧ୍ୟ ଏଥିରେ କିଛି ସୁଫଳ ମିଳି ନଥିଲା ।

ଅନ୍ୟପଟେ ଏହି ଅଞ୍ଚଳରେ ଥିବା ସମସ୍ତ ବୁଥ୍ ଆଗରେ ଧାରଣା ଦେଇଥିଲେ ୬ଟି ଗାଁର ଲୋକେ । ବଣ୍ଡଗୁଡା ପଞ୍ଚାୟତରେ ଥିବା ମଧ୍ୟ ୩ଟି ଗ୍ରାମ ମଗଡିଙ୍ଗିଆ, କପୁଗୁଡା, ମାହାଗୁଡାର ଲୋକେ ଭୋଟ ବର୍ଜନ କରିଛନ୍ତି । ସେହିଭଳି ଗୁଞ୍ଜିଗାଁ, କପୁଗୁଡା, ମଗଡିଙ୍ଗିଆ, ଡଲାବାଲି, ଉପର କଙ୍ଗେରିକିଆ ଏବଂ ତଳ କଂଗେରିକିଆରେ ଲୋକେ ଭୋଟ ଦେଇ ନଥିବା ଜଣାପଡିଛି ।

ଏପଟେ ଲୋକଙ୍କ ଅଭିଯୋଗ ହେଉଛି ଯେ, ବଣ୍ଡଗୁଡା ପଞ୍ଚାୟତରୁ ଭାଗ ହୋଇ ଗଠନ ହୋଇଥିବା ଜିରିଡିକିଆ ପଞ୍ଚାୟତର ଦୂରତା ମାତ୍ର ୧ କିମି ହୋଇଥିଲେ ମଧ୍ୟ ମଗଡିଙ୍ଗିଆକୁ କାହିଁକି ପଞ୍ଚାୟତ କରାଗଲା ନାହିଁ ବୋଲି ଲୋକେ ପ୍ରଶ୍ନ କରିଛନ୍ତି । ତେବେ ପୂର୍ବତନ ଜିଲା ପଞ୍ଚାୟତ ଅଧିକାରୀଙ୍କ ମନମାନି ଯୋଗୁଁ ଲୋକଙ୍କ ସ୍ୱାର୍ଥକୁ ଅଣଦେଖା କରା ଯାଇଥିବା ଗ୍ରାମବାସୀ କହିଛନ୍ତି ।

ଅନ୍ୟପଟେ କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକର ଅନେକ ଗ୍ରାମକୁ ଗତ ପଞ୍ଚାୟତ ପୁନଃର୍ଗଠନ ସମୟରେ ବଣ୍ଡଗୁଡା ପଞ୍ଚାୟତରୁ ନେଇ ନୂତନ ଭାବେ ଗଠନ କରା ଯାଇଥିବା ଜିରିଡିକିଆ ପଞ୍ଚାୟତରେ ମିଶାଇ ଦିଆଯାଇଛି । ହେଲେ ଏହି ନୂତନ ପଞ୍ଚାୟତରେ ସାମିଲ ହେବା ଦ୍ୱାରା ଏହି ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ତଳ କଙ୍ଗରେକିଆ, ଉପର କଙ୍ଗେରିକିଆ, ଡଲାବାଲି, ଗୁଂଜିଗାଁ, ସସିମାହା, ଡୁଡୁୁକାରାଗଁ, କପୁଗୁଡା, ମଗଡଙ୍ଗିଆ, ମାହାଗୁଡା,କଦାକମ୍ବା, କଟାବାଲି, ବେଶିଙ୍ଗାସାହି, ଗିନ୍ଦାପାଙ୍ଗା, ଡାବୁଲିସୁଗା ଓ ନାହୁଡିମାହା ଭଳି ଏହି ଗ୍ରାମ ଗୁଡିକ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଜିରିଡିକିଆ ଠାରୁ ୧୦ରୁ ୧୫ କିମି ଦୂରରେ ରହିଛି ।

ଏଥିସହ ପଞ୍ଚାୟତ କାର୍ଯ୍ୟାଳୟ ଯିବା ପାଇଁ ଭଲ ରାସ୍ତା ନାହିଁ । ବାଟରେ ପାହାଡ ଓ ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡୁଛି । ଅପରପକ୍ଷେ ପୂର୍ବରୁ ଥିବା ବଣ୍ଡଗୁଡା ପଞ୍ଚାୟତ ଏଠାରୁ ମାତ୍ର ୩ କିମି ଦୂର ଥିଲା । ଏସବୁ ସମସ୍ୟାକୁ ନଜରରେ ରଖି ଗ୍ରାମବାସୀ ପଞ୍ଚାୟତ ସୀମା ନିର୍ଦ୍ଧାରଣ ବେଳେ ଏନେଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ।

ଏହା ପରିବର୍ତ୍ତେ ମଗଡଙ୍ଗିଆକୁ ନୂତନ ପଞ୍ଚାୟତ ଗଠନ ପାଇିଁ ଗ୍ରାମବାସୀ ପ୍ରସ୍ତାବ ଦେଇଥିଲେ । ତେବେ ଗ୍ରାମବାସୀଙ୍କ ଅଭିଯୋଗକୁ ପ୍ରଶାସନ କର୍ଣ୍ଣପାତ କରି ନଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦରେ ପଞ୍ଚାୟତ ଭୋଟ ବର୍ଜନ କରିବାକୁ ଗ୍ରାମବାସୀ ପୂର୍ବରୁ ପ୍ରଶାସନକୁ ଚେତାବନୀ ଦେଇଥିଲେ । ପରେ ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଜିଲାପାଳ ଏହି ସବୁ ଗ୍ରାମର ଲୋକଙ୍କୁ ପୁରୁଣା ବଣ୍ଡଗୁଡା ପଞ୍ଚାୟତରୁ ରାସନ ଓ ଭତା ଇତ୍ୟାଦି ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଗ୍ରାମବାସୀ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏବେ ଏହି ମାମଲା ଅଦାଲତର ବିଚାରାଧୀନ ରହିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.