ETV Bharat / state

ପୋଲିସ ମାଓବାଦୀ ଗୁଳି ବିନିମୟ, ନକ୍ସଲ କ୍ୟାମ୍ପ ଧ୍ଵଂସ

author img

By

Published : Jan 8, 2021, 5:36 PM IST

ପୋଲିସ ମାଓବାଦୀ ଗୁଳି ବିନିମୟ, ନକ୍ସଲ କ୍ୟାମ୍ପ ଧ୍ଵଂସ
ପୋଲିସ ମାଓବାଦୀ ଗୁଳି ବିନିମୟ, ନକ୍ସଲ କ୍ୟାମ୍ପ ଧ୍ଵଂସ

ଗୁରୁବାର କନ୍ଧମାଳ ଚକାପାଦ ଥାନା ଅଞ୍ଚଳରେ ପୋଲିସ ମାଓବାଦୀ ଗୁଳି ବିନିମୟ ନେଇ କନ୍ଧମାଳ SPଙ୍କ ପ୍ରେସମିଟ । ସର୍ଚ୍ଚ ଅପରେସନ ପରେ ମାଓ କ୍ୟାମ୍ପ ହୋଇଛି ଧ୍ଵଂସ । କେହି ମୃତାହତ ହୋଇନଥିବା କହିଲେ SP ବିନିତ ଅଗ୍ରୱାଲ । ଅଧିକ ପଢନ୍ତୁ...

ଫୁଲବାଣୀ: ଗତକାଲି (ଗୁରୁବାର) କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରେ ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇଥିଲା । ସର୍ଚ୍ଚ ଅପରେସନ ପରେ ମାଓ କ୍ୟାମ୍ପ ଧ୍ଵଂସ ହୋଇଥିବା ଆଜି ଏସପି ସୂଚନା ଦେଇଛନ୍ତି । ବିସ୍ପୋରକ, ଡିଟନେଟର, ହ୍ୟାଣ୍ଡ ଗ୍ରେନେଡ଼ ସହିତ ମାଓ କ୍ୟାମ୍ପ ସରଞ୍ଜାମ ଜବତ କରିଛି ପୋଲିସ ।

କନ୍ଧମାଳ ଓ ଗଞ୍ଜାମ ସୀମାନ୍ତ ଚକାପାଦ ବ୍ଳକ ଲେଙ୍ଗେରି ମୁଣ୍ଡା ଗାଁ ନିକଟ ଜଙ୍ଗଲରେ କୁମ୍ବିଂ ବେଳେ ଗତକାଲି (7 ତାରିଖ) ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ହେଲେ ଗୁଳିବିନିମୟରେ କେହି ମୃତାହତ ହୋଇ ନଥିଲେ ବି ଚକାପାଦ ନିକଟସ୍ଥ ଲେଙ୍ଗେରିମୁଣ୍ଡ ଅନ୍ତର୍ଗତ ଘଞ୍ଚ ଜଙ୍ଗଲରେ ମାଓବାଦୀମାନେ କ୍ୟାମ୍ପ କରିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲେ ପୋଲିସ । ଖବର ମୁତାବକ ଗତକାଲି ଏସଓଜି ଓ ଡିଭିଏଫ ଜବାନମାନେ କୁମ୍ବିଂ ଅପରେସନ କରିଥିଲେ ।

ପୋଲିସ ମାଓବାଦୀ ଗୁଳି ବିନିମୟ, ନକ୍ସଲ କ୍ୟାମ୍ପ ଧ୍ଵଂସ

ହେଲେ ମାଓବାଦୀମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଛତ୍ରଭଙ୍ଗ ଦେଇଥିବା ବେଳେ ସୁରକ୍ଷାକର୍ମୀମାନେ ଘଟଣାସ୍ଥଳରୁ କିଛି ମାଓ ସାମଗ୍ରୀ ଜବତ କରିଥିବା କୁହାଯାଉଛି । ସେଥିମଧ୍ୟରେ ଗ୍ରେନେଡ, ବିସ୍ଫୋରକ ଦ୍ରବ୍ୟ, ମାଓ ପୋଷାକ, ତାର, ମେଡିସିନ ଆଦି ଜବତ କରିଥିବା କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଫୁଲବାଣୀ ଜିଲ୍ଲା ପୋଲିସ ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.