ETV Bharat / state

କନ୍ଧମାଳରେ ଜାତୀୟ ଭୋଟର ଦିବସ ପାଳିତ: ଶପଥ ପାଠ କରାଇଲେ ଅତିରିକ୍ତ ଜିଲ୍ଲାପାଳ

author img

By

Published : Jan 25, 2022, 5:17 PM IST

national voters day was observed
କନ୍ଧମାଳରେ ଜାତୀୟ ଭୋଟର ଦିବସ ପାଳିତ

କନ୍ଧମାଳ ଜିଲ୍ଲାରେ ଆଜି ଜାତୀୟ ଭୋଟର ଦିବସ ପାଳିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲ୍ଲାସ୍ତରୀୟ ଏବଂ ଗାନ୍ଧୀ ସ୍ମୃତି ଭବନରେ ସବଡ଼ିଭିଜନସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଆଜି ଜାତୀୟ ଭୋଟର ଦିବସ ପାଳିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲ୍ଲା ସ୍ତରୀୟ ଏବଂ ଗାନ୍ଧୀ ସ୍ମୃତି ଭବନରେ ସବଡ଼ିଭିଜନ ସ୍ତରୀୟ ଜାତୀୟ ଭୋଟର ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ସଚେତନତା ରଥ ସହର ପରିକ୍ରମା କରିଥିଲା ।

କନ୍ଧମାଳରେ ଜାତୀୟ ଭୋଟର ଦିବସ ପାଳିତ

ତେବେ ଆଜିର ଏହି ବୈଠକରେ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଏହାସହ ଭାରତ ହେଉଛି ସାରା ବିଶ୍ବରେ ସବୁଠାରୁ ବଡ ଗଣତନ୍ତ୍ର ରାଷ୍ଟ୍ର । ତେବେ ଦେଶକୁ ସଠିକ୍ ଭାବରେ ଚଳେଇବା ପାଇଁ ପର୍ଯ୍ୟାୟକ୍ରମେ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଲୋକେ ନିର୍ବାଚିତ କରି ପଠାଇଥାନ୍ତି ।

ସେହିପରି ନିଜେ ଭୋଟ ଦେବା ସହ ଅନ୍ୟଙ୍କୁ ଭୋଟ ଦେବା ଲାଗି ସଚେତନା କରିବା ଆବଶ୍ୟକ । ନୂଆ ଓ ପୁରୁଣା ଭୋଟରଙ୍କ ସଚେତନ କରିବା ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ସେହିପରି ଦେଶ ଯୁବ ବର୍ଗଙ୍କ ଠାରୁ ବହୁତ କିଛି ଆଶା କରୁଛି ବୋଲି ସେ କହିଛନ୍ତି ।

ଏଣୁ ନୂଆ ମତଦାତା ନିଜର କର୍ତ୍ତବ୍ୟ ସଚ୍ଚୋଟ ହୋଇ ମତଦାନ କରିବା ନିହାତି ଆବଶ୍ୟକ । ତେବେ କୌଣସି ଲୋକର କଥାରେ ପ୍ରଲୋଭିତ ନ ହୋଇ ଭୋଟ ଦେବାକୁ ଉପସ୍ଥିତ ଭୋଟରଙ୍କୁ ଉପଜିଲ୍ଲାପାଳ ଶେଷଦେବ ମିଶ୍ର କହିଛନ୍ତି । ଏଥିସହ ନୂଆ ଭୋଟରଙ୍କୁ ଅତିଥିମାନେ ଭୋଟ ପରିଚୟ ପତ୍ର ପ୍ରଦାନ କରିଥିଲେ ।

ଅନ୍ୟପଟେ ନୂତନ ଭୋଟରଙ୍କୁ ଯୋଡିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ତିନି ଜଣ ଶିକ୍ଷକଙ୍କୁ ପୁରସ୍କୁତ କରାଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ଛାତ୍ରୀଛାତ୍ର, ନୂତନ ଭୋଟର ଓ କିନ୍ନର ଉପସ୍ଥିତ ଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.