ETV Bharat / state

Kandhamal Minor Rape Case: 60 ବର୍ଷ ବୃଦ୍ଧଙ୍କୁ 2 ବର୍ଷ ଜେଲ୍‌

author img

By

Published : Feb 10, 2022, 10:11 AM IST

ନାବାଳିକା ଦୁଷ୍କର୍ମ ମାମଲାରେ ବୃଦ୍ଧଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ
ନାବାଳିକା ଦୁଷ୍କର୍ମ ମାମଲାରେ ବୃଦ୍ଧଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ

ନାବାଳିକାକୁ ଦୁଷ୍କର୍ମ ମାମଲାର ଶୁଣାଣି କରି ୬୦ ବର୍ଷିୟ ବୃଦ୍ଧଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ । ଅଧିକ ପଢନ୍ତୁ

ଫୁଲବାଣୀ: ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ୬୦ ବର୍ଷିୟ ବୃଦ୍ଧଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ ପୋକ୍‌ସୋ କୋର୍ଟ। ବିଚାରପତି ଭାଷ୍କର ଚନ୍ଦ୍ର ସାହୁ ଏହି ରାୟ ଶୁଣାଇଥିବା ବେଳେ ୧୫ ହଜାର ଟଙ୍କା ଜରିମାନା ମଧ୍ୟ କରିଛନ୍ତି । ଏହା ଅନାଦେୟ ହେଲେ ଅଧିକ ୪ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣକ ହେଲେ ବାଲିଗୁଡା ଥାନା ଅଞ୍ଚଳର ହରିବନ୍ଧୁ ପାତ୍ର ।

ମିଳିଥିବା ସୂଚନା ଅନୁସାରେ, ୨୦୧୬ ନଭେମ୍ବର ୨୬ରେ ନାବାଳିକା ଜଣକ ଘରେ ଏକୁଟିଆ ଥିବା ବେଳେ ହରିବନ୍ଧୁ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା । ଏହି ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବାକୁ ନାବାଳିକା ଜଣଙ୍କୁ ଧମକ ମଧ୍ୟ ଦେଇଥିଲେ । ପରେ ପୀଡିତା ଜଣକ ଅଭିଯୁକ୍ତଙ୍କ ଦ୍ୱାରା ବାରମ୍ବାର ଦୁଷ୍କର୍ମର ଶୀକାର ହେବା ପରେ ଗର୍ଭବତୀ ହୋଇଥିଲେ । ଏହା ଜଣାପଡିବା ପରେ ଗ୍ରାମରେ ବୈଠକ ଡକାଯାଇଥିଲା । କିନ୍ତୁ ହରିବନ୍ଧୁ ସେଠାରେ ନିଜ ଦୋଷ ସ୍ୱୀକାର କରିନଥିଲା ।

ଏନେଇ ପୀଡିତା ଜଣକ ୨୦୧୭ ମାର୍ଚ୍ଚ ୩୦ରେ ବାଲିଗୁଡା ଥାନାରେ ଏତଲା ଦେଇଥିଲେ । ପୋଲିସ ୪୩/୧୭ରେ ମାମଲା ରୁଜୁ କରି ହରିବନ୍ଧୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୯ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ବନମାଳି ବେହେରା ମାମଲା ପରିଚାଳନା କରୁଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.