ETV Bharat / state

Kandhamal Minor Rape Case: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍

author img

By

Published : Feb 5, 2022, 9:26 AM IST

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍
ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ୍

କନ୍ଧମାଳରେ ନାବାଳିକା ଦୁଷ୍କର୍ମ ମାମଲା । ଅଭିଯୁକ୍ତକୁ କାରାଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଅଧିକ ପଢନ୍ତୁ

ଫୁଲବାଣୀ: ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୧୦ ବର୍ଷର ଜେଲ୍ ଦଣ୍ଡ ଶୁଣାଇଲେ ଫୁଲବାଣୀ ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ଶୁକ୍ରବାର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଏହି ମାମଲାର ଶୁଣାଣି କରିଛନ୍ତି । ୧୦ ବର୍ଷର କାରାଦଣ୍ଡାଦେଶ ସହ ଅଭିଯୁକ୍ତକୁ ୫୫ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ୯ ମାସ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ଜଣକ ହେଉଛି ଗୋଚ୍ଛାପଡା ଥାନା ଅଞ୍ଚଳର ସନିଆ ମଲ୍ଲିକ ।

ସୂଚନା ଅନୁଯାୟୀ, ୨୦୧୮ ଜାନୁଆରୀ ମାସରେ ଏହି ଦୁଷ୍କର୍ମ ହୋଇଥିଲା । ପୀଡିତା ସନ୍ଧ୍ୟା ୭ଟା ସମୟରେ ନିଜ ମାମୁଁ ଘରୁ ଫେରୁଥିବା ବେଳେ ମକାବାରୀ ପାଖରେ ସନିଆ ସମ୍ପୃକ୍ତ ନାବାଳିକାଙ୍କୁ ଅଟକାଇ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା ମଧ୍ୟ । ଏନେଇ ଗ୍ରାମରେ ଏକ ସଭା ବସିଥିଲା । ସେଠାରେ ଘଟଣାର ଫଇସଲା ନ ହେବାରୁ ପରେ ନାବାଳିକା ଜଣକ ଥାନାରେ ଏତଲା ଦେଇଥିଲେ ।

ପୋଲିସ ଏହି ଘଟଣାରେ ୬/୧୮ରେ ମାମଲା ରୁଜୁ କରି ସନିଆଙ୍କୁ ଗିରଫ କରିଥିଲା । ୧୨ ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ୧୦ ବର୍ଷର ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.