ETV Bharat / state

ଅସନ୍ତୁଷ୍ଟ କେନ୍ଦୁପତ୍ର ତୋଳାଳି: ପହଞ୍ଚିପାରୁନି ସରକାରଙ୍କ ଭେଟି, ସୁହାଉନି ଦୈନିକ ମଜୁରୀ

author img

By

Published : May 24, 2022, 9:19 PM IST

ଅସନ୍ତୁଷ୍ଟ କେନ୍ଦୁପତ୍ର ତୋଳାଳି: ପହଞ୍ଚିପାରୁନି ସରକାରଙ୍କ ଭେଟି, ସୁହାଉନି ଦୈନିକ ମଜୁରୀ
ଅସନ୍ତୁଷ୍ଟ କେନ୍ଦୁପତ୍ର ତୋଳାଳି: ପହଞ୍ଚିପାରୁନି ସରକାରଙ୍କ ଭେଟି, ସୁହାଉନି ଦୈନିକ ମଜୁରୀ

ଆଦିବାସୀ ଅଧ୍ୟୁଷିତ ତଥା ଶିଳ୍ପ ବିହୀନ ଜିଲ୍ଲା କନ୍ଧମାଳ । ଏଠାକାର ଲୋକଙ୍କ ରୋଜଗାରର ଏକମାତ୍ର ମାଧ୍ୟମ ହେଉଛି ଜଙ୍ଗଲଜାତ ଦ୍ରବ୍ୟ । ଆଉ ଅଧିକାଂଶ ଲୋକେ କେନ୍ଦୁପତ୍ର ତୋଳି ଜୀବିକା ନିର୍ବାହ କରନ୍ତି । ପେଟପାଟଣା ପାଇଁ କଠିନ ପରିଶ୍ରମ କରନ୍ତି । ମାତ୍ର ପରିଶ୍ରମର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ଏମାନେ । ଅସାଧୁ ବ୍ୟକ୍ତିଙ୍କ ଯୋଗୁଁ ସରକାରୀ ସହାୟତା ଏମାନଙ୍କ ନିକଟରେ ପହଞ୍ଚୁନଥିବା ବେଳେ ସୁହାଉନାହିଁ ଦୈନିକ ମଞ୍ଜୁରୀ । ଦେଖନ୍ତୁ ଏହି ରିପୋର୍ଟ

ଫୁଲବାଣୀ: ଆଦିବାସୀ ଅଧ୍ୟୁଷିତ ତଥା ଶିଳ୍ପ ବିହୀନ କନ୍ଧମାଳ ଜିଲ୍ଲାର ଆଦିବାସୀ ମାନଙ୍କ ଏକମାତ୍ର ରୋଜଗାର ମାଧ୍ୟମ ଜଙ୍ଗଲଜାତ ଦ୍ରବ୍ୟ । ଏହି ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ନିଜର ଦୈନନ୍ଦିନର ଗୁଜୁରାଣ ମେଣ୍ଟାଇଥାନ୍ତି । ଦୀର୍ଘବର୍ଷ ହେବ ଅସାଧୁ ବ୍ୟବସାୟୀ ଓ ସାହୁକାରଙ୍କ ଶୋଷଣର ଶିକାର ହୋଇ ଆସୁଥିବା ବେଳେ ଏବେ ସରକାରୀ ମଜୁରୀକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦୁପତ୍ର ତୋଳାଳି । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ପାଣି ବୋତଲ, ଛତା ଓ ଚପଲ ପାଇଁ ଓ ଅନ୍ୟାନ୍ୟ ସହାୟତା ଜଗାଇ ଦିଆଯାଉଛି ବୋଲି ଘୋଷଣା କରିଥିବା ବେଳେ ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁନଥିବା ଅଭିଯୋଗ କରିଛନ୍ତି ଏମାନେ ।

ଅସନ୍ତୁଷ୍ଟ କେନ୍ଦୁପତ୍ର ତୋଳାଳି: ପହଞ୍ଚିପାରୁନି ସରକାରଙ୍କ ଭେଟି, ସୁହାଉନି ଦୈନିକ ମଜୁରୀ

କେନ୍ଦୁପତ୍ର ତୋଳାଳିଙ୍କୁ ଡବଲ ବୋନସ ଦେଇଛନ୍ତି ରାଜ୍ୟ ସରକାର । ପ୍ରଥମେ କେନ୍ଦୁପତ୍ରର ମୂଲ୍ୟ ବୃଦ୍ଧି ସହିତ ସଂଗ୍ରହକାରୀଙ୍କୁ ଭତ୍ତା । ଆଉ ଏବେ କେନ୍ଦୁପତ୍ର ତୋଳିବାକୁ ଅନୁମତି ଦେଇ ଡବଲ ବୋନସ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ସରକାର ଦେଉଥିବା ବୋନସ କେନ୍ଦୁପତ୍ର ତୋଳାଳିଙ୍କ ପାଖକୁ ପହଞ୍ଚି ପାରୁନି । କନ୍ଧମାଳର ଆଦିବାସୀ ମାନେ ସକାଳ ପାହାନ୍ତାରୁ ଜଙ୍ଗଲକୁ ଯାଇ ପତ୍ର ତୋଳି ଆଣି ସନ୍ଧ୍ୟାରେ ପଡିକୁ ନେଇ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି । ପୂର୍ବରୁ ୧୦୦ ପତ୍ରକୁ ୧୨୦ ଟଙ୍କା ଥିବା ବେଳେ ଚଳିତ ବର୍ଷ ରାଜ୍ୟ ସରକାର ୨୦ଟଙ୍କା ବଢାଇଛନ୍ତି । ସେପଟେ କିନ୍ତୁ ରାଜ୍ୟ ସରକାର ଦେଉଥିବା ସହାୟତା ଓ ବୋନସ ତୋଳାଳୀଙ୍କ ପାଖରେ ପହଞ୍ଚି ପାରୁନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ହିତାଧିକାରୀ ।



ଚଳିତ ବର୍ଷ ଫୁଲବାଣୀ କେନ୍ଦୁପତ୍ର ବିଭାଗ ପକ୍ଷରୁ ଫୁଲବାଣୀ, ଗୋଛାପଡ଼ା ଇଷ୍ଟ, ଗୋଛାପଡ଼ା ୱେଷ୍ଟ, ବାଲିଗୁଡ଼ା, ତୁମୁଡିବନ୍ଧ, ଭଞନଗର, ଦଶପଲା ଆଦି ୭ଟି ରେଞ୍ଜ ଦ୍ଵାରା ପ୍ରାୟ ୧୩ ହଜାର ମେଟ୍ରିକ ଟନ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ତେବେ ୧୨ ହଜାର ମେଟ୍ରିକ ଟନ୍ ସଂଗ୍ରହ କରିଛନ୍ତି l ଜିଲ୍ଲାରେ ପ୍ରାୟ ୫୦ ହଜାର କେନ୍ଦୁପତ୍ର ତୋଳାଳି ଅଛନ୍ତି । ରାଜ୍ୟ ସରକାର ସଂଗ୍ରହ ଓ ବିକ୍ରୟ ଆଇନ୍ ଅନୁଯାୟୀ ୬୩ଟି ଲଘୁ ବନଜାତ ଦ୍ରବ୍ୟର ଅଧିକାର ଜଙ୍ଗଲ ବିଭାଗ ପରିବର୍ତ୍ତେ ଗ୍ରାମ ପଞ୍ଚାୟତ ଅଧୀନରେ ରହିଛି । କିନ୍ତୁ କେନ୍ଦୁପତ୍ରର ଦର ଧାର୍ଯ୍ୟ ନିରୂପଣ ସରକାରଙ୍କ ନିକଟରେ ରହିଛି ।

ରାଜ୍ୟ ସରକାର ଚାହିଁଲେ ଏହି ଆଦିବାସୀ କେନ୍ଦୁପତ୍ରର ସଠିକ ମୂଲ୍ୟ ପାଇପାରିବା ସହିତ ଦୈନିକ ମଜୁରୀ ୩୦୦ ଟଙ୍କା ପାଖାପାଖି ପାଇପାରିବେ ବୋଲି କେନ୍ଦୁପତ୍ର ସଂଘ କହିଛି । ଗତ ଏପ୍ରିଲ ମାସରେ କେନ୍ଦୁପତ୍ର ତୋଳାଳିଙ୍କୁ ଭେଟି ଦେଇଥିଲେ ରାଜ୍ୟ ସରକାର । କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କରିଥିବା ବେଳେ ବୋନସ ଓ ଅନ୍ୟାନ୍ୟ ଭତ୍ତା ପାଇଁ ୨୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ ଉପକୃତ ହେବେ ମୋଟ ୮ ଲକ୍ଷ କେନ୍ଦୁପତ୍ର ତୋଳାଳି ଓ ଅନ୍ୟ କର୍ମଚାରୀ । ସେପଟେ ସରକାରଙ୍କ ପକ୍ଷରୁ ଆସୁଥିବା ସହାୟତାକୁ ତୋଳାଳିଙ୍କ ନିକଟରେ ପହଞ୍ଚାଯାଉଛି ବୋଲି କହିଛନ୍ତି ଡିଏଫଓ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.