ETV Bharat / state

୨୦୧୭ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ କାରାଦଣ୍ଡ

author img

By

Published : May 26, 2022, 10:03 PM IST

Updated : May 27, 2022, 11:49 AM IST

୨୦୧୭ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ କାରାଦଣ୍ଡ
୨୦୧୭ ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ କାରାଦଣ୍ଡ

କନ୍ଧମାଳ 2017 ନାବାଳିକା ଦୁଷ୍କର୍ମ ମାମଲାର ରାୟ ଶୁଣାଇଲେ ସ୍ବତନ୍ତ୍ର ପକ୍ସୋ କୋର୍ଟ । ଦୋଷୀକୁ 10 ବର୍ଷ ଜେଲ୍ ସାଙ୍ଗକୁ 50 ହଜାର ଜରିମାନା । ଅଧିକ ପଢନ୍ତୁ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଫୁଲବାଣୀ ସ୍ବତନ୍ତ୍ର ପକ୍ସୋ କୋର୍ଟ । ଏଥିସହ 50 ହଜାର ଟଙ୍କାର ଜରିମାନା, ଅନାଦେୟ ଅତିରିକ୍ତ 6 ମାସ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । 2017 ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।


ମାମଲାରୁ ପ୍ରକାଶ ଯେ, ୨୦୧୭ ମସିହାରେ କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଞ୍ଚଳର ଜଣେ ନାବାଳିକା ଯାତ୍ରା ଦେଖିବାକୁ ଯାଇଥିଲେ । ସେହି ଗ୍ରାମର ସୀତାପୁର ବେହେରା ମାଝୀ ନାମକ ଜଣେ ଯୁବକ ନାବାଳିକା ଏକ ଦୋକାନ ସମ୍ମୁଖରେ ଏକୁଟିଆ ଥିବା ଦେଖି ନିକଟରେ ଏକ ଆମ୍ବ ଗଛ ତଳକୁ ନେଇ ଦୁଷ୍କର୍ମ କରିଥିଲା ଏବଂ ନାବାଳିକା ଅଚେତ ହୋଇଯିବାରୁ ସେଠାରେ ଛାଡି ଚାଲିଯାଇଥିଲା । ଏହାପରେ କିଛିଲୋକ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରି ପରିବାରକୁ ଜଣାଇଥିଲେ । ପୀଡିତାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ କୋଟଗଡ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ କୋଟଗଡ ପୋଲିସ ଏକ ମାମଲା ୧୬/୨୮.୨.୨୦୧୭ ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଘଟଣାରେ ୧୩ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ, ପୀଡିତାଙ୍କ ବୟାନ ଓ ପୋଲିସର ରିପୋର୍ଟକୁ ଆଧାର କରି ଅଭିଯୁକ୍ତ ସୀତାପୁର ବେହେରା ମାଝି (୨୨)କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ମାମଲାର ପରିଚାଳନା ସ୍ବତନ୍ତ୍ର ସରକାରୀ ଓକିଲ ବନମାଳୀ ବେହେରା କରୁଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

Last Updated :May 27, 2022, 11:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.