ETV Bharat / state

କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ଜେଲ

author img

By

Published : Jul 13, 2022, 8:47 PM IST

କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ବର୍ଷ ଜେଲ
କନ୍ଧମାଳ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ବର୍ଷ ଜେଲ

କନ୍ଧମାଳର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣୀ କରି ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୦ ବର୍ଷ କାରାଦଣ୍ଡ ନିର୍ଦ୍ଦେଶ ଦେଲେ ଫୁଲବାଣୀ ଫାଷ୍ଟଟ୍ରାକ ସ୍ୱତନ୍ତ୍ର ପୋକ୍‌ସୋ କୋର୍ଟ । ସହକାରୀ ଜିଲ୍ଲା ଦୌରାଜଜ୍ ଭାସ୍କର ଚନ୍ଦ୍ର ସାହୁ ମାମଲାର ଶୁଣାଣୀ କରି ଏହି ରାୟ ଦେଇଛନ୍ତି । ଏଥିସହ ଦୋଷୀ ଉପରେ ୨ ଲକ୍ଷର ଜରିମାନା ପକାଇଛନ୍ତି ଅଦାଲତ ।

ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି କୋର୍ଟ । ଟିକାବାଲି ଥାନା ଅଞ୍ଚଳର କରନ କୁମାର କହଁର(୨୨) ଯୁବକକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅଦାଲତ । ସୂଚନା ଅନୁଯାୟୀ, ୨୦୧୯ ଜାନୁୟାରୀ ୫ ରେ କନ୍ଧମାଳର ଜଣେ ୧୭ ବର୍ଷୀୟ ନାବାଳିକାକୁ କରନ କେରଳ ନେଇ ଯାଇଥିଲା । ସେଠାରେ ଗୋଟିଏ ଘରେ ରହିବା ସହ ଏକ ଫ୍ଲାଏଆସ କମ୍ପାନିରେ କାମ କରୁଥିଲେ । ନାବାଳିକାର ଅନିଚ୍ଛା ସତ୍ତ୍ବେ କରନ ତାଙ୍କ ସହ ଜୋର ଜବରଦସ୍ତି ଶାରୀରିକ ସମ୍ପକ ରଖିଥିବା ଅଭିଯୋଗ ହୋଇଥିଲା ।

ଏପରିକି ପୀଡିତାର ପରିବାର ନାବାଳିକାକୁ ଅପହରଣ କରିଥିବା ନେଇ ଟିକାବାଲି ଥାନାରେ ଏକ ମାମଲା ରୁଜୁ କରିଥିଲେ । ପୋଲିସ 02/19ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ ଅଭିଯୁକ୍ତର ବାପା-ମାଆକୁ ପୋଲିସ ଥାନାରେ ଅଟକ ରଖି ପୁଅକୁ କଲ୍ କରିବାକୁ କହିଥିଲା । ଏହାପରେ କରନ ଘରକୁ ଫେରିବାରୁ ପୋଲିସ ଗିରଫ କରି କୋର୍ଟଚାଲଣ କରିଥିଲା । ବିଚାରପତି ୧୨ ଜଣଙ୍କ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ କରନ କୁମାର କହଁରକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ଦଣ୍ଡାଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.