ETV Bharat / state

Hockey World Cup Trophy Tour: ଫୁଲବାଣୀରେ ପହଁଞ୍ଚିଲା ବିଶ୍ୱକପ, କରାଗଲା ଭବ୍ୟ ସ୍ୱାଗତ

author img

By

Published : Dec 28, 2022, 9:47 PM IST

ହକି ବିଶ୍ବକପ ଟ୍ରଫି ଟୁର ପାଇଁ ଆୟୋଜନ
ହକି ବିଶ୍ବକପ ଟ୍ରଫି ଟୁର ପାଇଁ ଆୟୋଜନ

ଫୁଲବାଣୀରେ ପହଞ୍ଚିଛି ହକି ବିଶ୍ବକପ ଟ୍ରଫି । ଟ୍ରଫି ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା । ଅଧିକ ପଢନ୍ତୁ

Hockey World Cup Tour : ଫୁଲବାଣୀରେ ପହଁଞ୍ଚିଲା ବିଶ୍ବକପ, କରାଗଲା ଭବ୍ୟ ସ୍ବାଗତ

ଫୁଲବାଣୀ: ରାଜ୍ୟରେ ହକି ବିଶ୍ବକପ ଟ୍ରଫି ପରିକ୍ରମା ଜାରି ରହିଛି । ଆଜି ( ବୁଧବାର ) କନ୍ଧମାଳ ଜିଲ୍ଲାରେ ପହଁଞ୍ଚିଛି ଏହି ଟ୍ରଫି ପରିକ୍ରମା । ହକି ବିଶ୍ବକପ ଟ୍ରଫି କନ୍ଧମାଳ ଜିଲ୍ଲା ପହଁଞ୍ଚିବା ପରେ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା ।

ଆଜି ସକାଳୁ ଫୁଲବାଣୀର ଷ୍ଟାଡିୟମଠାରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା । ଏଥିରେ ଫୁଲବାଣୀ ସହର ଯୁବକଠାରୁ ବୟସ୍କ ସମସ୍ତେ ଯୋଗ ଦେଇଥିଲେ । ଏହି ମାରାଥନ ଷ୍ଟାଡିୟମଠାରୁ ଆରମ୍ଭ ହୋଇ ଫୁଲବାଣୀ କରେନେସନ ପଡ଼ିଆଠାରେ ଶେଷ ହୋଇଥିଲା । ଫୁଲବାଣୀ ଜଗନ୍ନାଥ ମନ୍ଦିର ନିକଟରୁ ହକି ବିଶ୍ବକପ ଟ୍ରଫିଟି ପରିକ୍ରମାରେ ବାହାରିଥିଲା । ଏହି ଟ୍ରଫି ପରିକ୍ରମାରେ କନ୍ଧମାଳର ବିଭିନ୍ନ ସଙ୍ଗଠନ ଅଂଶ ଗ୍ରହଣ କରିଥିଲେ । ଏହା ସହିତ ଶହ ଶହ ଛାତ୍ରଛାତ୍ରୀ, ଯୁବକ ଯୁବତୀ, କ୍ରୀଡାପ୍ରେମୀ, ଜିଲ୍ଲାର ବିଭାଗୀୟ ଅଧିକାରୀ ଜିଲ୍ଲା ଟ୍ରଫି ପରିକ୍ରମାରେ ସାମିଲ ହୋଇଥିଲେ । ସେପଟେ ହକି ବିଶ୍ବକପ ଟ୍ରଫିକୁ ଦେଖିବା ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମଧ୍ୟ ମିଳିଥିଲା ।

ସେପଟେ ବିଶ୍ବକପ ନେଇ ଭାରତୀୟ ହକି ଦଳ ଗତକାଲି ( ମଙ୍ଗଳବାର ) ରାଉରକେଲାରେ ପହଁଞ୍ଚିଛନ୍ତି । ପ୍ରକାଶ ଥାଉ କି, ଆସନ୍ତାବର୍ଷ ଅର୍ଥାତ ଜାନୁଆରୀ 13ରୁ ଭୁବନଶ୍ବର ଓ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ବକପ । ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ସମସ୍ତ ମ୍ୟାଚ୍ ହେବ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ D'ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ D'ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.