ETV Bharat / state

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

author img

By

Published : Nov 6, 2022, 7:27 PM IST

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ
ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିଣ୍ଡିରାଗାଁ ପଞ୍ଚାୟତର ଗଞ୍ଜୁଖୋଲ ଠାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି ଗୋଚ୍ଛାପଡା ଥାନା ଅନ୍ତର୍ଗତ କ୍ରାଣ୍ଡିବାଲିର ବଉଦ କହଁରଙ୍କ ପୁଅ ବିଭୁଦତ୍ତ କହଁର(୧୯) । ଅଧିକ ପଢ଼ନ୍ତୁ

ଫୁଲବାଣୀ : ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଡିଣ୍ଡିରାଗାଁ ପଞ୍ଚାୟତର ଗଞ୍ଜୁଖୋଲ ଠାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି ଗୋଚ୍ଛାପଡା ଥାନା ଅନ୍ତର୍ଗତ କ୍ରାଣ୍ଡିବାଲିର ବଉଦ କହଁରଙ୍କ ପୁଅ ବିଭୁଦତ୍ତ କହଁର(୧୯) ।

ବିଭୁଦତ୍ତ ଫିରିଙ୍ଗିଆରେ ଥିବା ତାଙ୍କ ଭାଇଙ୍କ ଶଳା ଘରେ ରହି ଫିରିଙ୍ଗିଆ ପଞ୍ଚାୟତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢୁଥିଲେ । ସେ ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟା ବେଳେ ନିଜ ଘରୁ ବାହାରି ଗଞ୍ଜୁଖୋଲରେ ରହୁଥିବା ଭଉଣୀ ଯମୁନା କହଁରଙ୍କ ଘରକୁ ଯାଇଥିଲେ । ତେବେ ଭଉଣୀ ଘରେ ପହଞ୍ଚି ନଥିଲେ କିମ୍ବା ନିଜ ଘରକୁ ମଧ୍ୟ ଫେରି ନଥିଲେ ବିଭୁଦତ୍ତ । କିଛି ଗ୍ରାମବାସୀ ଗାଁ ମୁଣ୍ଡ ବିଲକୁ ଯାଇଥିବା ବେଳେ ସେଠାରେ ବିଭୁଦତ୍ତଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ସ୍ଥାନୀୟ ଲୋକେ ଯମୁନାଙ୍କ ଘରେ ଖବର ଦେବାପରେ ସେମାନେ ଆସି ମୃତଦେହ ଚିହ୍ନଟ କରିଥିଲେ ।

ବିଭୁଦତ୍ତଙ୍କ ଶରୀରର ଅନେକ ଅଂଶ ପୋଡି ଯାଇଥିବା ବେଳେ ଘଟଣା ସ୍ଥଳରୁ ପ୍ରାୟ ଶହେ ମିଟର ଦୂରରେ ତାଙ୍କର ମୋବାଇଲ, ଏଟିଏମ, ଆଧାର କାର୍ଡ,ଜୋତା, କିଛି ଟଙ୍କା, ଇତ୍ୟାଦି ଦରପୋଡା ଅବସ୍ଥାରେ ପଡିଥିବା ଦେଖିବାକୁ ମିଳିଛି । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଥିଲେ ବି ପ୍ରକୃତ ରହସ୍ୟ ଜଣା ପଡିନାହିଁ । ବିଭୁଦତ୍ତକୁ କେହି ଦୁର୍ବୃତ୍ତ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ନିମନ୍ତେ ମୃତଦେହକୁ ପୋଡି ଦେଇଥିବା ନେଇ ସନ୍ଦେହ କରୁଛନ୍ତି ପରିବାର ଲୋକେ । ତେବେ ବିଭୁଦତ୍ତକୁ କିଏ କାହିଁକି ହତ୍ୟା କରିଛି ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଖବରପାଇ ସଦର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛନ୍ତି । ମୃତ ବିଭୁଦତ୍ତଙ୍କ ଭାଇ ବିଚ୍ଛନ୍ଦ କହଁର ଏନେଇ ଫିରିଙ୍ଗିଆ ଥାନାରେ ଏତଲା ଦେଇଛନ୍ତି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.