ETV Bharat / state

କନ୍ଧମାଳରୁ ଗଞ୍ଜେଇ ଜବତ,4 ଗିରଫ

author img

By

Published : Jun 13, 2020, 7:09 AM IST

ganja seized in kandhamal district
କନ୍ଧମାଳରୁ ଗଞ୍ଜେଇ ଜବତ

କନ୍ଧମାଳରେ ସକ୍ରିୟ ଗଞ୍ଜେଇ ମାଫିଆ । 25 କିଲୋଗ୍ରାମ ଗଞ୍ଜେଇର ଜବତ, 4 ଅଭିଯୁକ୍ତଙ୍କୁ ଗିରଫ । ଅଧିକ ପଢନ୍ତୁ ....

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆ ସକ୍ରିୟ । ଶୁକ୍ରବାର ପୁଣି ଫିରିଙ୍ଗିଆ ଥାନା ଅଞ୍ଚଳରୁ ପୋଲିସ୍ ଗଞ୍ଜେଇ ଚାଲାଣ ବେଳେ ଗିରଫ କରିଛି 4 ଜଣଙ୍କୁ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ମାଝିପଡା ଛକରେ ପୋଲିସ୍ ଚଢାଉ କରି ବେଆଇନ୍ ଭାବେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରିଛି ଅଟୋକୁ ଏବଂ ଅଟୋ ସହିତ 25 କିଲୋଗ୍ରାମ ଗଞ୍ଜେଇର ଜବତ କରି 4 ଜଣଙ୍କୁ ଗିରଫ କରିଛି । କନ୍ଧମାଳରୁ ରାଜଧାନୀ ଗଞ୍ଜେଇ ଚାଲାଣ କରୁଥିଲେ ଅଭିଯୁକ୍ତ ମାନେ । ଗିରଫ ମାନେ 4ଟି ଜିଲ୍ଲାରୁ ହୋଇଥିବା ବେଳେ ଜଣେ ମହିଳା ମଧ୍ୟ ଅଛନ୍ତି ।

ଗିରଫ ମାନେ ହେଲେ ପୁରୀ ଜିଲ୍ଲା ପିପିଲିର ଜାଭେଦ ଅକତର, ଖୋର୍ଦ୍ଧା ଜିଲ୍ଲା ଜଟଣିର ସୁସ୍ମିତା ସାହୁ,କଟକ ଜିଲ୍ଲା ନରସିଂହପୁରର ସମୀର କୁମାର ନନ୍ଦ ଏବଂ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ କରଣ୍ଡାଗଡର ଜକିଆ ଦିଗାଲ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବା ପରେ ଜେଲ ହାଜତକୁ ଯାଇଛନ୍ତି ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.