ପ୍ରେମ ପାଇଁ ଗଡିଥିଲା ମୁଣ୍ଡ, ଯୁବକଙ୍କୁ ହତ୍ୟା ଅଭିଯୋଗରେ ୧୪ ଗିରଫ

author img

By

Published : Sep 10, 2022, 2:02 PM IST

ପ୍ରେମ ପାଇଁ ଗଡିଲା ମୁଣ୍ଡ, ଯୁବକଙ୍କୁ ହତ୍ୟା ଅଭିଯୋଗରେ ୧୪ ଗିରଫ

କନ୍ଧମାଳରେ ବୀଭତ୍ସ ହତ୍ୟାକାଣ୍ଡ । ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ପ୍ରେମିକକୁ ହତ୍ୟା । ୧୪ ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ଫୁଲବାଣୀ: ପ୍ରେମ କରିବା ହେଲା କାଳ, ପ୍ରେମିକାକୁ ଦେଖା କରିବାକୁ ଯାଇଥିବା ବେଳେ ପ୍ରେମିକକୁ ହତ୍ୟା । ହତ୍ୟା ପରେ ଯୁବକଙ୍କୁ ଅଖାରେ ପୁରାଇ ଜଙ୍ଗଲରେ ଫୋପାଡି ଦେଲେ ମୃତଦେହ । ମୃତ୍ୟୁର ୧୧ ଦିନ ପରେ ପୁଟୁକିପାଲି ଜଙ୍ଗଲରୁ ମିଳିଲା ଯୁବକଙ୍କ ମୃତଦେହ । ଏନେଇ ଥାନାରେ ଅଭିଯୋଗ ପରେ ୧୪ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତରେ । ମୃତକ ଜଣଙ୍କ ହେଉଛନ୍ତି ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଅଞ୍ଚଳର ଶୁକଦେବ ରଣା ।

ପ୍ରେମ ପାଇଁ ଗଡିଲା ମୁଣ୍ଡ, ଯୁବକଙ୍କୁ ହତ୍ୟା ଅଭିଯୋଗରେ ୧୪ ଗିରଫ

ମିଳିଥିବା ସୂଚନା ଅନୁଯାୟୀ, ଶୁକଦେବ ରଣା ଗତ ଅଗଷ୍ଟ ୨୬ ତାରିଖରେ ଘରୁ ବାହାରକୁ ଯାଇ ଆଉ ଫେରିନଥିଲେ । ଏନେଇ ବହୁ ଖୋଜା ଖୋଜି ପରେ ପରିବାର ଲୋକେ ପୁଅକୁ ନ ପାଇ ସେପ୍ଟେମ୍ବର ୨ରେ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ଶୁକଦେବ ନିଖୋଜ ନୁହଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା । ଅଗଷ୍ଟ ୨୬ ତାରିଖ ଦିନ ଶୁକଦେବ କନ୍ଧମାଳର ଲଣ୍ଡାଗାଁ ଅଞ୍ଚଳକୁ ପ୍ରେମିକା ସହ ଦେଖା କରିବାକୁ ଆସିଥିବା ବେଳେ ପୂର୍ବ ଯୋଜନା ମୁତାବକ ପ୍ରେମିକାଙ୍କ ସମ୍ପର୍କୀୟ ଶୁକଦେବଙ୍କୁ ହତ୍ୟା କରି ମୃତଦେହକୁ ଏକ ଅଖାରେ ପୁରାଇ ପୁଟୁକିପାଲି ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିବା ପୋଲିସ ସୁତ୍ରରୁ ଜଣାପଡିଛି । ତେବେ ଏହି ଘଟଣାରେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ପରେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିପରି ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ୭ ଜଣଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି । ଫଳରେ ଗିରଫଦାରି ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି ।

ଏହା ମଦ୍ୟ ପଢନ୍ତୁ-ପୂର୍ବଶତ୍ରୁତାରୁ ଗଡିଲା ମୁଣ୍ଡ, ଗାଁ ଦାଣ୍ଡରେ ମହିଳାଙ୍କୁ ବୀଭତ୍ସ ହତ୍ୟା

ଗିରଫ ଅଭିଯୁକ୍ତ ହେଉଛନ୍ତି ତଳିପଡ଼ା ଅଞ୍ଚଳର ଦୁଶାସନ ମଲ୍ଲିକ, ନୀଳବନ୍ତ ମଲ୍ଲିକ, ଗିରିଶ ଚନ୍ଦ୍ର ମଲ୍ଲିକ, ଯୋଗେନ୍ଦ୍ର ମଲ୍ଲିକ, ଉତ୍କଳ ମଲ୍ଲିକ, ପୁଟୁକିପାଲି ଗ୍ରାମର ସୁଦୀପ ସେଠ୍, କବିରାଜ ଠେଲା । ଅନ୍ୟ ଅଭିଯୁକ୍ତ ହେଉଛନ୍ତି ତଳିପଡ଼ା ଅଞ୍ଚଳର ଚୈତନ୍ୟ ଭୋଇ, ତେଜବନ୍ତ ଭୋଇ,ଜନାର୍ଦ୍ଦନ ମଲ୍ଲିକ, ଆମିନ ମଲ୍ଲିକ, ମଦନ ମଲ୍ଲିକ, ଛବିଳ ମଲ୍ଲିକ ଓ କେଶବ ମଲ୍ଲିକ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.