ETV Bharat / state

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଦ୍ୟୁତ କର୍ମଚାରୀ

author img

By

Published : Nov 18, 2022, 9:16 PM IST

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଦ୍ୟୁତ କର୍ମଚାରୀ
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଦ୍ୟୁତ କର୍ମଚାରୀ

ଭିଜିଲାନ୍ସ ଜାଲରେ ବିଦ୍ୟୁତ କର୍ମଚାରୀ । ଭିଜିଲାନ୍ସ ହାବୁଡରେ କନ୍ଧମାଳ ଜିଲ୍ଲାର ଟିକାବାଲି ବିଦ୍ୟୁତ୍ ବିଭାଗରେ ଲାଇନ୍ ମ୍ୟାନ୍ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ଅଧିକ ପଢନ୍ତୁ

ଫୁଲବାଣୀ: ଭିଜିଲାନ୍ସ ଜାଲରେ ବିଦ୍ୟୁତ କର୍ମଚାରୀପାଞ୍ଚ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଫୁଲବାଣୀର ଭିଜିଲାନ୍ସ ଟିମ । ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲାର ଟିକାବାଲି ବିଦ୍ୟୁତ୍ ବିଭାଗରେ ଲାଇନ୍ ମ୍ୟାନ କାଳୁ ଚରଣ ପଲେଇ । ପାଞ୍ଚ ହଜାର ଟଙ୍କା ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ।

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବିଦ୍ୟୁତ କର୍ମଚାରୀ

ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଛତିଝର ଗାଁର ରିଙ୍କୁ ଭୁକ୍ତା ଗାଁ ଛକରେ ଥିବା ଦୋକାନ ଘରକୁ ବିଦ୍ୟୁତ୍ ସଂଯୋଗ ପାଇଁ ଆବେଦନ କରିଥିଲେ । ଏନେଇ ସେ ଅନଲାଇନରେ ମଧ୍ୟ ଟଙ୍କା ପୈଠ କରିଥିଲେ । କିନ୍ତୁ ଟିକାବାଲି ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଥିବା କାଳୁ ଚାରଣ ପଲେଇ ଶୀଘ୍ର ବିଦ୍ୟୁତ ସଂଯୋଗ ପାଇଁ ଗ୍ରାହକ ରିଙ୍କୁ ଭୁକ୍ତାଙ୍କୁ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ପରେ ଏ ସମ୍ପର୍କରେ ଫୁଲବାଣୀ ଭିଜିଲାନ୍ସ ଟିମଙ୍କୁ ରିଙ୍କୁ ଭୁକ୍ତା ଜଣାଇଥିଲେ । ଫୁଲବାଣୀ ଛତିଝର ଗ୍ରାମ ଛକରେ ଥିବା ଗ୍ରୋସରୀ ଦୋକାନ ନିକଟରେ ଲାଇନ ମେନ କାଳୁ ଚରଣ ପଲେଇ 5000 ଟଙ୍କା ଲାଞ୍ଚ ନେଉଥିଲା । ଏହି ସମୟରେ ହଠାତ୍ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ଅଭିଯୁକ୍ତ କାଳୁ ଚରଣ ପଲେଇକୁ ଗିରଫ କରି ଫୁଲବାଣୀ ଭିଜିଲାନ୍ସ 25/22ମାମଲା ରୁଜୁ କରିଛି । ଏନେଇ ଅଧିକ ଖୋଳତାଡ କରୁଛି ଭିଜିଲାନ୍ସ ଟିମ ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.