ETV Bharat / state

Corona Cases Rise: କନ୍ଧମାଳରେ ସଂକ୍ରମଣ ବୃଦ୍ଧି, ନିୟମ ମାନିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

author img

By

Published : Jan 17, 2022, 12:15 PM IST

covid cases rise in kandhamal
କନ୍ଧମାଳରେ ବୃଦ୍ଧି ପାଉଛି ସଂକ୍ରମଣ

ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା। ଏନେଇ କନ୍ଧମାଳରେ ମଧ୍ୟ ସଂକ୍ରମଣରେ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଗତ 24 ଘଣ୍ଟାରେ 47 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢ଼ନ୍ତୁ

କନ୍ଧମାଳ: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏନେଇ କନ୍ଧମାଳରେ ମଧ୍ୟ ସଂକ୍ରମଣରେ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଗତ 24 ଘଣ୍ଟାରେ 47 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କନ୍ଧମାଳରେ ବୃଦ୍ଧି ପାଉଛି ସଂକ୍ରମଣ

କନ୍ଧମାଳ ଜିଲ୍ଲାରେ ଆଜି ୪୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ସଂଖ୍ୟା 220କୁ ବୃଦ୍ଧି ପାଇଲା । ମୋଟ ୪୭ଜଣ ପଜିଟିଭ ମଧ୍ୟରୁ ଫୁଲବାଣୀରୁ ସର୍ବାଧିକ ୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାଲିଗୁଡ଼ା ସହରରୁ ୪ଜଣ, ବ୍ଳକରୁ ୨ଜଣ, ଜିଉଦୟଗିରିରୁ ୭ଜଣ,କୋଟଗଡ଼ରୁ ୪ଜଣ,ରାଇକିଆ ବ୍ଳକରୁ ୩ଜଣ, ଫିରିଙ୍ଗିଆରୁ ଜଣେ, ଟିକାବାଲିରୁ ୨ଜଣ ଓ କନ୍ଧମାଳର ବାହାରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡିଛି ।

ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାଜ୍ୟରେ ଜାରି ହୋଇଥିବା କଟକଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ାକଡ଼ି କରାଯାଇଛି। କୋଭିଡ଼ ମୁକାବିଲା ପାଇଁ ପ୍ରତି ବ୍ଲକ ସଦର ମହକୁମାରେ କୋଭିଡ଼ କେୟାର ସେଣ୍ଟରମାନ ପ୍ରତିଷ୍ଠା ହୋଇଛି। ସେହିଭଳି ଜିଲ୍ଲା ସଦରମହକୁମାରେ ମଧ୍ୟ କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । ଜିଲ୍ଲାରେ ଆଜି(ସୋମବାର) ପ୍ରଶାସନ ଓ ପୋଲିସ ପକ୍ଷରୁ ସମସ୍ତଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ସହ ସତର୍କ ଦୃଷ୍ଟି ରଖାଯାଇଛି । ସମସ୍ତଙ୍କୁ ମାସ୍କ ପିନ୍ଧିବା ଲାଗି ବାଧ୍ୟତାମୂଳକ କରିବା ଓ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ପରାମର୍ଶ ଦିଆଯାଇଛି । ଏଥିସହ ଆବଶ୍ୟକ ନଥିଲେ ବାହାରକୁ ନ ବାହାରିବା ପାଇଁ କନ୍ଧମାଳ ଜିଲ୍ଲାପାଳ ଡା.ବୃନ୍ଦା ଡି କହିଛନ୍ତି।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.