ETV Bharat / state

ନବମ ଶେଣୀ ଛାତ୍ରୀ ମୃତ୍ୟୁ ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି

author img

By

Published : Jul 26, 2022, 7:43 AM IST

ଦିନ ପରେ ଦିନ ଗଡୁଥିଲେ ମଧ୍ୟ ଉଠିପାରୁନି ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ଘଟଣାର ପରଦା । ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ

ନବମ ଶେଣୀ ଛାତ୍ରୀ ମୃତ୍ୟୁ ଘଟଣା
ନବମ ଶେଣୀ ଛାତ୍ରୀ ମୃତ୍ୟୁ ଘଟଣା

ଫୁଲବାଣୀ: ଦିନ ପରେ ଦିନ ଗଡୁଥିଲେ ମଧ୍ୟ ଉଠିପାରୁନି ନବମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ଘଟଣାର ପରଦା । ଏହି ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଏନେଇ ସମ୍ବାଦିକ ସମ୍ମିଳନୀ କରି ବିଜେପି କହିଛି ଯେ, "ପୋଲିସ ଜାଣିକି ଏହାକୁ ଚାପି ଦେଇଛି । ତଦନ୍ତକାରୀ ଅଧିକାରୀ ପୀଡିତାଙ୍କ ପରିବାର ପକ୍ଷରୁ ଦିଆ ଯାଇଥିବା ଏତଲାକୁ ଗ୍ରହଣ କଲେ ନାହିଁ । ଘଟଣାକୁ ଚାପି ଦେବାକୁ ଉଦ୍ୟମ କରାଗଲା । ଘଟଣାର ୨୦ ଦିନ ପରେ ଜଣେ ପୋଲିସ ଅଧିକାରୀ ପରିବାର ଉପରେ ଚାପ ପକାଇ ଏତଲା ଲେଖିଲେ । ଆଜି ପର୍ଯ୍ୟନ୍ତ ନାବାଳିକାଙ୍କ ପରିବାରକୁ ବ୍ୟବଚ୍ଛେଦ ରିପୋର୍ଟ ଦିଆ ଯାଇନାହିଁ ।"

ନବମ ଶେଣୀ ଛାତ୍ରୀ ମୃତ୍ୟୁ ଘଟଣା

ବାରମ୍ବାର ଚାପ ପଡିବା ପରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି । କିନ୍ତୁ ଯେଉଁ ଭିଡିଓ ଭାଇରାଲ ହେଉଛି ସେଥିରେ ଥିବା ଅନେକ ଚିହ୍ନା ମୁହଁକୁ ପୋଲିସ ଜାଣିଶୁଣି ଗିରଫ କରୁନାହିଁ । ଆସନ୍ତା ୭ ଦିନ ମଧ୍ୟରେ ଘଟଣାରେ ଜଡିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସମ୍ପୃକ୍ତ ତଦନ୍ତକାରୀ ଅଧିକାରୀଙ୍କୁ ଥାନାରୁ ହଟାଇବା ଏବଂ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆମେ ଦାବି କରୁଛୁ । ଯଦି ଏହା କରା ନ ଯାଏ ତାହାଲେ ଆମେ ରାଜ୍ୟସ୍ତରରେ ଆନ୍ଦୋଳନକୁ ତୀବ୍ରତର କରିବୁ ।"

ଏହା ମଧ୍ୟ ପଢନ୍ତୁ: ନବମ ଶ୍ରେଣୀ ଛାତ୍ରୀ ମୃତ୍ୟୁ ଘଟଣା: ଅନ୍ୟ ଅଭିଯୁକ୍ତକୁ ଗିରଫ ଦାବିରେ ABVPର ବିକ୍ଷୋଭ
ରାଜ୍ୟ କର୍ମକର୍ତ୍ତାଙ୍କ ନିର୍ଦ୍ଦେଶ କ୍ରମେ ଭାଜପାର ଏକ ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଆସି ଏସ୍‌ପି ବିନୀତ ଅଗ୍ରୱାଲଙ୍କୁ ଭେଟିଥିଲେ । ସେମାନେ ନାବାଳିକାଙ୍କୁ ଦୁଷ୍କର୍ମ କରାଯିବା ସହ ହତ୍ୟା କରାଯାଇଛି । ତୁରନ୍ତ ଦୋଷୀଙ୍କୁ ଗିରଫ କରିବାକୁ ଦାବି ଉପସ୍ଥାପନ କରିଥିଲେ । ସୁଚନାଯୋଗ୍ୟ, ଆଜି ପର୍ଯ୍ୟନ୍ତ ଏହି ଘଟଣାରେ ମୋଟ ୧୦ ଜଣଙ୍କୁ ଗିରଫ କରାଯାଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.