ETV Bharat / state

Panchayat Poll Results: କନ୍ଧମାଳ କବ୍‌ଜା କଲା ବିଜେଡି, ବିଜେପି ଖାତାରେ ମାତ୍ର ୩ ସିଟ୍‌

author img

By

Published : Feb 28, 2022, 10:45 PM IST

Panchayat Poll Results: କନ୍ଧମାଳ କବ୍‌ଜା କଲା ବିଜେଡି, ବିଜେପି ଖାତାରେ ମାତ୍ର ୩ ସିଟ୍‌
Panchayat Poll Results: କନ୍ଧମାଳ କବ୍‌ଜା କଲା ବିଜେଡି, ବିଜେପି ଖାତାରେ ମାତ୍ର ୩ ସିଟ୍‌

କନ୍ଧମାଳ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ସମୁଦାୟ ୧୮ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୧୩ଟି ଆସନ ହାତେଇଛି ବିଜେଡି । ଅଧିକ ପଢ଼ନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଜିଲ୍ଲାର ସମୁଦାୟ ୧୮ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୧୩ଟି ଆସନ ହାତେଇଛି ବିଜେଡି । ସେପଟେ ବିରୋଧି, ବିଜେପିକୁ ମାତ୍ର ୩ଟି ଜୋନରେ ସଫଳତା ମିଳିଛି । ସେହିପରି ଭାରତୀୟ ଜନତା ପାର୍ଟିକୁ ମଧ୍ୟ ମାତ୍ର ଦୁଇଟି ଆସନରେ ସଫଳତା ମିଳିଛି । ଜିଲ୍ଲାରେ ମୋଟ ୧୨ଟି ବ୍ଳକରେ ୧୮ଟି ଜିଲ୍ଲା ପରିଷଦ ଜୋନ ରହିଛି । ସେଥିମଧ୍ୟରୁ ବିଜେଡି ଦଳର ପ୍ରାର୍ଥି ଜିଲ୍ଲାର କେ.ନୁଆଗାଁ ବ୍ଳକ, ୧ ନମ୍ବର ଜୋନର ଅନିତା ମଲ୍ଲିକ ବିଜୀୟ ହୋଇଛନ୍ତି । ଘୁ.ଉଦୟଗିରି ୫ ନମ୍ବର ଜୋନର ଲିଲିମା ପ୍ରଧାନ ବିଜୟୀ ହୋଇଛନ୍ତି । ଟିକାବାଲି ୭ ନମ୍ବର ଜୋନର ସାଧବାଣି ନାୟକ ଏବଂ ୮ ନମ୍ବର ଜୋନରୁ ନମିତା କହଁର ବିଜୟୀ ହୋଇଛନ୍ତି ।

ତୁମୁଡିବନ୍ଧ ବ୍ଳକ ୯ ନମ୍ବର ଜୋନରୁ ନବୀନ ପାତ୍ର ବିଜୟୀ ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଳକର ଜୋନ ନମ୍ବର ୧୦ରୁ ରଞ୍ଜନ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି । ବାଲିଗୁଡା ୧୫ ନମ୍ବର ଜୋନରୁ ନନ୍ଦିନୀ ମଲ୍ଲିକ ଓ ୧୬ ନମ୍ବର ଜୋନରୁ ଆଶିଷ ଦିଗାଲ ବିଜୟୀ ହୋଇଛନ୍ତି । ରାଇକିଆ ୧୮ ନମ୍ବର ଜୋନରୁ ମମତାରାଣି ପ୍ରଧାନ ବିଜୟୀ ହୋଇଛନ୍ତି । ଖଜୁରିପଡା ୩ ନମ୍ବର ଜୋନରୁ ମମତା ମଲ୍ଲିକ ବିଜୟୀ ହୋଇଛନ୍ତି । ଫିରିଙ୍ଗିଆ ୧୨ ନମ୍ବର ଜୋନରୁ ନୀଳଗିରି ଦିଗାଲ ଓ ୧୩ ନମ୍ବର ଜୋନରୁ ଜୟଶ୍ରୀ କହଁର ବିଜୟୀ ହୋଇଛନ୍ତି । ସଦରମହକୁମା ଫୁଲବାଣୀ ୧୪ ନମ୍ବର ଜୋନରୁ ଚନ୍ଦ୍ରମା ମଲ୍ଲିକ ବିଜୟୀ ହୋଇଛନ୍ତି ।

ସେହିପରି କଂଗ୍ରେସ ପ୍ରାର୍ଥୀ ଦାରିଙ୍ଗବାଡି ୧୧ ନମ୍ବର ଜୋନର ଦୀପିକା ମୁଠାମାଝୀ ବିଜୟୀ ହୋଇଛନ୍ତି । କୋଟଗଡ ୨ ନମ୍ବର ଜୋନରୁ ଜିରିମିଆ ସୁନାମାଝୀ ଏବଂ ରାଇକିଆ ୧୭ ନମ୍ବର ଜୋନରୁ ସତ୍ୟବାନ ପାତ୍ର ବିଜୟ ଲାଭ କରିଛନ୍ତି । ବିଜେପି ପ୍ରାର୍ଥୀ ଚକାପାଦ ଜୋନ ନମ୍ବର ୬ରେ ରଚନା ନାୟକ ବିଜୟୀ ଲାଭ କରିଛନ୍ତି । ଖଜୁରିପଡା ଜୋନ ନମ୍ବର ୪ର ଉର୍ବଶୀ ଦିଗାଲ ବିଜୟୀ ହୋଇଛନ୍ତି ।

ଏହି ପଳାଫଳ ଅନୁଯାୟୀ ଶାସକ ବିଜେଡି ଦଳ କନ୍ଧମାଳ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିନା ନେଇ ନିଶ୍ଚିତ ହୋଇଯାଇଛିି । ଗତ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କନ୍ଧମାଳ ଜିଲ୍ଲାରେ ଶାସକ ବିଜେଡି ଦଳର ପ୍ରାର୍ଥୀମାନେ ୯ଟି ଜିଲ୍ଲା ପରିଷଦ ଆସନରେ ବିଜୟ ଲାଭ କରିଥିବା ବେଳେ କଂଗ୍ରେସର ୪ଟି ଓ ବିଜେପରି ମଧ୍ୟ ୪ଟି ଆସନରେ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଚକାପାଦ ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଉକ୍ତ ବିଜୟୀ ପ୍ରାର୍ଥୀଙ୍କର ସମର୍ଥନରେ ଶାସକ ବିଜେଡି ଦଳ ଜିଲ୍ଲା ପରିଷଦ ଗଠନ କରିବାକୁ ସମର୍ଥ ହୋଇଥିଲା । ଚଳିତ ଥର ଶାସକ ବିଜେଡି ଏକକ ୧୩ଟି ଜୋନରେ ବିଜୟ ଲାଭ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ବିଜେଡି ନିର୍ଦ୍ୱନ୍ଦରେ ଜିଲ୍ଲା ପରିଷଦ ଗଠନ କରିବା ନେଇ ନିଶ୍ଚିତ ହୋଇଛି । ତେଣୁ ଜିଲ୍ଲାରେ ଶାସକ ଦଳର ନେତା ଓ କର୍ମୀଙ୍କ ମହଲରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.