ETV Bharat / state

ସମସ୍ତ ଜିଲ୍ଲା ପରିଷଦ ଜିତିବା ଲକ୍ଷ୍ୟରେ ବିଜେଡି

author img

By

Published : Jan 27, 2022, 10:46 PM IST

ସମସ୍ତ ଜିଲ୍ଲା ପରିଷଦ ଜିତିବା ଲକ୍ଷ୍ୟରେ ବିଜେଡି
ସମସ୍ତ ଜିଲ୍ଲା ପରିଷଦ ଜିତିବା ଲକ୍ଷ୍ୟରେ ବିଜେଡି

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ସମସ୍ତ ଜିଲ୍ଲା ପରିଷଦ ଜିତିବା ଲକ୍ଷ୍ୟରେ ବିଜେଡି । ଅଧିକ ପଢନ୍ତୁ

ଫୁଲବାଣୀ : କନ୍ଧମାଳରେ ଜିଲ୍ଲା ପରିଷଦ ଗଠନ ହେବା ଦିନରୁ ବିଜେଡି-ଭାଜପା ମେଣ୍ଟ କରିଥିଲେ । ଥରେ ଜିଲ୍ଲା ପରିଷଦ ହାତକୁ ନେଇଥିବାବେଳେ ୨୦୧୭ରେ ପ୍ରଥମ ଥର ଲାଗି ବିଜେଡି ଜିଲ୍ଲା ପରିଷଦ ଜିତିଥିଲା । ଦଳ ନିର୍ବାଚନରେ ମାତ୍ର ୯ଟି ସିଟ ଜିତିଥିଲା ।

ସମସ୍ତ ଜିଲ୍ଲା ପରିଷଦ ଜିତିବା ଲକ୍ଷ୍ୟରେ ବିଜେଡି

ଏଥର ଯେପରି ସେଭଳି ପରିସ୍ଥିତି ନ ଉପୁଜିବ । ସବୁ ଦଳୀୟ ନେତୃବୃନ୍ଦ ଓ କର୍ମୀମାନେ ଏକ ହୋଇ ସମସ୍ତ ଜିଲ୍ଲା ପରିଷଦ ସିଟ ଜିତିବାକୁ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଲୋକଙ୍କ ପାଖରେ ନବୀନ ସରକାରଙ୍କ ଯୋଜନା ଉପରେ ଅବଗତ କରିବାକୁ ହେବ ।

ପ୍ରାର୍ଥୀମାନେ କାଳ ବିଳମ୍ବ ନ କରି ନିଜ ଅଞ୍ଚଳରେ ବୁଲି ଦଳ ସପକ୍ଷରେ ଭୋଟ ଆଣିବାକୁ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସମେତ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଦଳୀୟ ନେତା ଏବଂ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଦଖଲ ନେଇ ସ୍ଥାନୀୟ ଏକ ମଣ୍ଡପରେ ବିଜେଡି ପକ୍ଷରୁ କର୍ମକର୍ତ୍ତାମାନେ ସମ୍ମିଳନୀ ଆୟୋଜିତ କରାଯାଇଥିଲା । ଏଥିରେ ଜିଲ୍ଲାର ୩ଟି ବିଧାନସଭା ମଣ୍ଡଳୀର ବିଧାୟକମାନେ ଯୋଗଦେଇ ନିଜ ନିର୍ବାଚନମଣ୍ଡଳୀରେ ଥିବା ଜିଲ୍ଲା ପରିଷଦ ଜୋନକୁ ଜିତିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଏହାବି ପଢନ୍ତୁ : Corona Review Meeting: ବୁଷ୍ଟର ଡୋଜ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ

ଆମ ଭିତରେ ଅନେକ ଆଶାୟୀ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପ୍ରାର୍ଥୀ ଚିହ୍ନଟ କରିଛନ୍ତି । ତେଣୁ ଆମକୁ ଏକ ହୋଇ କାମ କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ପଡିବ । ଯେଉଁମାନେ ଦଳରେ ଥାଇ ବିରୋଧ କରିବାର ପ୍ରମାଣ ମିଳିବ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

ଏହି ଅବସରରେ ଦଳ ପ୍ରାର୍ଥୀ କରିଥିବା ସମସ୍ତ ୧୮ ଜଣ ପ୍ରାର୍ଥୀ ମଞ୍ଚ ଉପରକୁ ଯାଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଥିଲେ । ଅନୁଷ୍ଠିତ ଏହି ସମ୍ମିଳନୀରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ପୂର୍ବତନ ବିଧାୟକ ରାଜୀବ ପାତ୍ର, ଦେବେନ୍ଦ୍ର କହଁର ପ୍ରମୁଖ ଯୋଗ ଦେଇଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.