ETV Bharat / state

ଛତୁଆ ଗାଡିକୁ ଛାଡିଲେନି ଅଙ୍ଗନୱାଡି କର୍ମୀ, ଗାଡି ଆଗରେ ଦେଲେ ଧାରଣା

author img

By

Published : Dec 3, 2022, 11:56 AM IST

ଛତୁଆ ଗାଡିକୁ ଛାଡିଲେନି ଅଙ୍ଗନୱାଡି କର୍ମୀ ,ଗାଡି ଆଗରେ ଧାରଣା
ଛତୁଆ ଗାଡିକୁ ଛାଡିଲେନି ଅଙ୍ଗନୱାଡି କର୍ମୀ ,ଗାଡି ଆଗରେ ଧାରଣା

8 ଦଫା ଦାବି ନେଇ ସମସ୍ତ ଅଙ୍ଗନୱାଡି କର୍ମୀଙ୍କ ଧାରଣା । ଏନେଇ ଫୁଲବାଣୀରେ ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ଛତୁଆ ଗାଡିକୁ ରୋକିବା ସହ ଗାଡ଼ି ଆଗରେ ବସି କଲେ ବିକ୍ଷୋଭ । ଅଧିକ ପଢନ୍ତୁ

ଫୁଲବାଣୀ: ସରକାରୀ ମାନ୍ୟତା ଓ ଦରମା ବୃଦ୍ଧି ଭଳି 8 ଦଫା ଦାବି ନେଇ ସମସ୍ତ ଅଙ୍ଗନୱାଡି କର୍ମୀଙ୍କ ଧାରଣା । ଏନେଇ ଜିଲ୍ଲାରେ ଛତୁଆ ଗାଡିକୁ ଅଙ୍ଗନୱାଡି କର୍ମୀ ନ ଛାଡି ଗାଡି ଆଗରେ ବସି ବିକ୍ଷୋଭ କରିବା ସହିତ ଧାରଣାରେ ବସିଲେ କର୍ମୀ ।

ଛତୁଆ ଗାଡିକୁ ଛାଡିଲେନି ଅଙ୍ଗନୱାଡି କର୍ମୀ ,ଗାଡି ଆଗରେ ଧାରଣା

ସୂଚନା ଅନୁଯାୟୀ, ସମସ୍ତ କୋମଳମତି ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଛତୁଆ ଦେବା ପାଇଁ ସୁପର ଭାଇଜର ମାନଙ୍କୁ ଛତୁଆ ବଣ୍ଟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ପଦାଧିକାରୀ । ଏନେଇ ଛତୁଆ ବଣ୍ଟନ ପାଇଁ ଗତକାଲି ଫୁଲବାଣୀ ମ୍ୟୁନିସପାଲଟି ଓ କଟ୍ରିଙ୍ଗିଆ ଅଧୀନରେ ଥିବା ସୁପରଭାଇଜର ମାନେ ଫୁଲବାଣୀ ସ୍ଥିତ ଏଫସିଆଇ ଠାରେ ଥିବା ଛତୁଆ କମ୍ପାନୀରୁ ଛତୁଆ ଅଣାଯାଇଥିଲା । ଛତୁଆ ଆଣୁଥିବା ଖବର ପାଇ ଅଙ୍ଗନୱାଡି କର୍ମୀ ଓ ସହାୟିକା ମାନେ ଛତୁଆ ଗାଡ଼ିକୁ ନଛାଡି ଗାଡ଼ି ଆଗରେ ବସି ବିକ୍ଷୋଭ କରିଥିଲେ ।

ଏଥି ସହିତ ଧାରଣାରେ ମଧ୍ୟ ବସିଥିଲେ । ତେବେ ସରକାର ଯେଉଁ ଦିନ ପର୍ଯ୍ୟନ୍ତ ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଦାବି ନ ଶୁଣୁଛନ୍ତି ସେହି ପର୍ଯ୍ୟନ୍ତ କୌଣସି କାମ କରାଇ ଦେବେ ନାହିଁ ବୋଲି କହିଛନ୍ତି ଧାରଣାରେ ବସିଥିବା ଅଙ୍ଗନୱାଡି କର୍ମୀ ।

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.