ETV Bharat / state

ଜମି ବିବାଦ ନେଇ ଭାଇକୁ ହତ୍ୟା କଲେ ଦୁଇ ଭାଇ

author img

By

Published : Aug 18, 2020, 1:48 PM IST

କନ୍ଧମାଳ କୁଚିଲାଗଡରେ ଅଭାବନୀୟ ଘଟଣା । ଜମିଜମା ବିବାଦକୁ ନେଇ ଭାଇକୁ ହତ୍ୟା କଲା ଭାଇ। 2 ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ । ଅଧିକ ପଢନ୍ତୁ....

a man murder in kandhamal by his brother
ଜମିଜମା ବିବାଦକୁ ନେଇ ଭାଇକୁ ହତ୍ୟା କଲା ଭାଇ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଟିକାବାଲି ଥାନା କୁଚିଲାଗଡରେ ଅଭାବନୀୟ ଘଟଣା । ଜମିଜମା ବିବାଦକୁ ନେଇ ଭାଇକୁ ହତ୍ୟା କରିଛନ୍ତି ଦୁଇ ଭାଇ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହାସହ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଜମିଜମା ବିବାଦକୁ ନେଇ ଭାଇକୁ ହତ୍ୟା କଲା ଭାଇ

ସୂଚନା ଅନୁସାରେ , ତିନି ଭାଇ ଅଜିତ,ଚିତ୍ତ ଓ ବାବୁଲା ମଧ୍ୟରେ ଜମି ବିବାଦକୁ ନେଇ ଗଣ୍ଡଗୋଳ ଲାଗି ରହିଥିଲା । ଏନେଇ ତିନି ଜଣଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା । ଘର ବାରଣ୍ତାରେ ବସିଥିବା ଅଜିତ ବିଷୋୟୀକୁ ଆକ୍ରମଣ କରିଥିଲେ ଚିତ୍ତ ଓ ବାବୁଲା । ଘଟଣାସ୍ଥଳରେ ସେ ଗୁରୁତର ହୋଇପଡିଥିଲେ । ପ୍ରଥମେ ତାଙ୍କୁ ଟିକାବାଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ଜିଲ୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ, ଏନେଇ ଅଜିତଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.