ETV Bharat / state

କନ୍ଧମାଳରୁ 5 କ୍ବିଣ୍ଟାଲ ଗଞ୍ଜେଇ ଜବତ, 6 ଗିରଫ

author img

By

Published : Feb 23, 2021, 8:54 AM IST

କନ୍ଧମାଳରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ, 6 ଗିରଫ
କନ୍ଧମାଳରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ, 6 ଗିରଫ

କନ୍ଧମାଳରୁ 5 କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ବେଳେ 6 ଜଣ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

ଫୁଲବାଣୀ: ଜିଲ୍ଲାର ଫିରିଙ୍ଗିଆ ବ୍ଲକରେ ଗଞ୍ଜେଇ ମାଫିଆଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୋଛାପଡ଼ା ଥାନା ଅଞ୍ଚଳରୁ ଗଞ୍ଜେଇ ମାଫିଆମାନେ 5 କ୍ବିଣ୍ଟାଲ ଗଞ୍ଜେଇ କର୍ଣ୍ଣାଟକ ବାଙ୍ଗାଲୋର ଚାଲାଣ କରୁଥିବା ବେଳେ ଏହି ବିପୁଳ ପରିମାଣର ଗଞ୍ଜେଇକୁ ଜବତ କରାଯାଇଛି ।

କନ୍ଧମାଳରୁ 5 କୁଇଣ୍ଟାଲ ଗଞ୍ଜେଇ ଜବତ, 6 ଗିରଫ

ଗଞ୍ଜେଇ ଚାଲାଣ ପାଇଁ ମାଫିଆମାନେ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଥାନା ଅଧିକାରୀ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ଉସାଗାଡୁ ଗାଁରେ ଚଢାଉ କରିଥିଲେ । ଗିରଫ ସମସ୍ତ ଗଞ୍ଜେଇ ମାଫିଆମାନେ ହେଉଛନ୍ତି ଉଷାଗାଡୁର ସରୋଜ କହଁର, ଭାଗିରଥି କହଁର,ଗଣେଶ୍ବର କହଁର, କାର୍ତିକେଶ୍ବର କହଁର, ଧ୍ରୁବ କହଁର ଏବଂ ବାଙ୍ଗାଲୋରର ଶକ୍ତି ଭେଲଡି । ଏହି 6 ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ 2 ମାଫିଆ ରୋମାଞ୍ଚ କହଁର ଓ ଜୟଦେବ ବଗାର ଫେରାର ହୋଇଯାଇଥିବା ଜଣାପଡିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.