ETV Bharat / state

ଉଠା ଜଳସେଚନ ପ୍ରକଳ୍ପ ନିଷ୍ପତ୍ତି, ଭିଟାମାଟି ଛାଡ଼ିବେ ପେରଗୁନିଆବାସୀ

author img

By

Published : Mar 20, 2023, 7:29 AM IST

ଉଠା ଜଳ ସେଚନ ପ୍ରକଳ୍ପ
ଉଠା ଜଳ ସେଚନ ପ୍ରକଳ୍ପ

ସରକାର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ନିଷ୍ପତ୍ତି ଗ୍ରାମବାସୀଙ୍କ ଦଃଖକୁ ଦୁଇଗୁଣ କରିଛି । ଭିଟାମାଟି ଛାଡିବେ କଳାହାଣ୍ଡି ଜିଲ୍ଲାର ପେରଗୁନିଆବାସୀ । ଅଧିକ ପଢନ୍ତୁ

ଉଠା ଜଳ ସେଚନ ପ୍ରକଳ୍ପ

ଭବାନୀପାଟଣା: ଉଠାଜଳ ସେଚନ ପ୍ରକଳ୍ପ ପାଇଁ ଭିଟାମାଟି ଛାଡିବେ ଗ୍ରାମବାସୀ । ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ନିଷ୍ପତ୍ତି ନେଇଥିବା ବେଳେ ଏହି ନିଷ୍ପତ୍ତି ଗ୍ରାମବାସୀଙ୍କ ସମସ୍ୟାକୁ ଦୁଇଗୁଣ କରିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀଙ୍କୁ ଠିକ ସମୟରେ ଜଳ ଯୋଗାଣ କରିବା ପାଇଁ ସରକାର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିଲେ ।

ଉଠା ଜଳସେଚନ ପ୍ରକଳ୍ପ ହେଲେ ଅଞ୍ଚଳର ଚାଷୀଙ୍କ ପାଇଁ ସୁବିଧା ହେବ କାରଣ ସମୁଦ୍ର ପତନ ଠାରୁ ୨ ପ୍ରାୟ ହଜାର ଫୁଟ ଉଚ୍ଚରେ ଥିବା ଏହି ଅଞ୍ଚଳରେ ଇନ୍ଦ୍ରାବତୀ ଜଳ ଭଣ୍ଡାର ଅଛି ହେଲେ ଚାଷୀଙ୍କୁ ଜଳ ଯୋଗାଣ ପାଇଁ କୌଣସି ବ୍ୟବସ୍ଥା ନାହିଁ । ଆଉ ଚାଷୀଙ୍କ ପାଇଁ ଆଶୀର୍ବାଦ ଭାବରେ ରାଜ୍ୟ ସରକାର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ନେଇ ଜାଗା ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଏଥିପାଇଁ ସେହି ସ୍ଥାନରେ ବସବାସ କରୁଥିବା ଆଦିମ ଆଦିବାସୀ ଏବେ ଚିନ୍ତାରେ ପଡି ଯାଇଛନ୍ତି । କାରଣ ବାପା ଅଜା ଅମଳରୁ ସେହି ସ୍ଥାନରେ ରହି ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ଏହି ପ୍ରକଳ୍ପ ପାଇଁ ଜମି ଛାଡିବାକୁ ପଡିବ ।

ପାହାଡ଼ ପର୍ବତ ଘେରା ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପୀନାଥ ପୁର ଗ୍ରାମପଞ୍ଚାତର ପେରଗିନିଆ ପଡ଼ା । ଏଠିକାର ଆଦିବାସୀମାନେ କେଉଁ ଆଦିମ କାଳରୁ ବସତି ସ୍ଥାପନ କରି ଆସୁଛନ୍ତି । ଯେତେବେଳେ କୌଣସି ସୁବିଧା ନ ଥିଲା ସେ ସମୟରୁ ରହି ଆସୁଥିବା ଆଦିବାସୀ ମାନେ ବର୍ତ୍ତମାନ ସବୁ ସୁବିଧା ପାଇବାର ନିକଟବର୍ତ୍ତୀ ହୋଇ ଆସିଥିବା ବେଳେ ଭିଟା ମାଟିରୁ ଉଚ୍ଛେଦ କରିବା ଭଳି ଚରମ ନିଷ୍ପତ୍ତି ନେଇଛି ପ୍ରଶାସନ ।

ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ପାନୀୟ ଜଳ ଓ ଚାଷ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଜଳ ଯୋଗାଇ ଦେବା ପାଇଁ ପ୍ରଶାସନ ମେଘା ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି । ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ ଅଡ୍ରି - ଆର୍.ଆଇ.ସର୍କଲର ବଡବଫଲା ଗାଁର ପେରଗୁନିଆ ପଡ଼ା ଠାରେ ସ୍ଥାପନ ହେବାକୁ ଯାଉଛି ସରକାରଙ୍କ ଉଠା ଜଳସେଚନ ପ୍ରକଳ୍ପ । ହେଲେ ଏହି ସ୍ଥାନରେ ୨୦୦ରୁ ଊର୍ଦ୍ଧ୍ବ ଲୋକେ ବସବାସ କରୁଥିବା ବେଳେ ଏବେ ମେଗା ଉଠାଜଳ ସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବାକୁ ଯାଉଛନ୍ତି ।

ଏନେଇ ଗ୍ରାମବାସୀ ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରିଛନ୍ତି ଯେ ଆମକୁ ବିସ୍ଥାପିତ ନ କରି ଅନ୍ୟସ୍ଥାନରେ ପ୍ରକଳ୍ପ କରନ୍ତୁ । ହେଲେ ପ୍ରଶାସନ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରି ପ୍ରତ୍ୟେକଙ୍କୁ ୧୦ ଡିସମିଲ ଲେଖା ଜାଗା ଦିଆଯିବା ସହ କ୍ଷତିପୂରଣ ରାଶି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ମିଳିଥିବା ଜଣାପଡିଛି । ତେବେ ପ୍ରଶାସନ ଏହି ନିରୀହ ଆଦିବାସୀ ମାନଙ୍କ ପାଇଁ କି ପଦକ୍ଷେପ ଗ୍ରହଣ କରୁଛି ତାକୁ ହିଁ ଅପେକ୍ଷା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.