ETV Bharat / state

Panchayat Poll: ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

author img

By

Published : Feb 17, 2022, 9:09 PM IST

Panchayat Poll:ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି
Panchayat Poll:ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ କରାଯିବ । ତେବେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ସିନ୍ଧିଗୁଡ଼ା ଏବଂ ସିରେଲପଦର ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା: ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ମତଦାନ କରାଯିବ । ତେବେ କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀର ସିନ୍ଧିଗୁଡ଼ା ଏବଂ ସିରେଲପଦର ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି । ମଦନପୁର ରାମପୁର ବ୍ଳକ ଦେଢଶୂଳୀ ପଞ୍ଚାୟତରେ ଥିବା ସିନ୍ଧିଗୁଡ଼ା ଏବଂ ସିରେଲପଦର ଗ୍ରାମବାସୀ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ।

Panchayat Poll:ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଅନ୍ୟପଟେ ଗତ ପଞ୍ଚାୟତ ନିର୍ବାଚନ ସମୟରେ ମାଣିକେରା ଗ୍ରାମ ପଞ୍ଚାୟତରୁ ଅଲଗା ହେଇ ନୂତନ ପଞ୍ଚାୟତ ଦେଢଶୂଳୀରେ ମିଶାଇ ଥିଲା ପ୍ରଶାସନ । ତେବେ ସିନ୍ଧିଗୁଡ଼ାରେ ୧୯ ପରିବାରରେ ୪୬ ଭୋଟର ଥିବା ବେଳେ ସିରେଲପଦରରେ ରହିଛନ୍ତି ୭ ପରିବାରରେ ୨୨ ଭୋଟର । ହେଲେ ଏହି ଦୁଇ ଗାଁର ଲୋକଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଲାଗି ୨୫ କିଲୋମିଟର ମୋହନଗିରୀ ଦେଇ ଯିବାକୁ ପଡୁଛି ।

ସେହିଭଳି ମାଣିକେରା ଦେଇ ଗଲେ ୧୮ କିଲୋମିଟର ପଡିଥାଏ । ପୂର୍ବରୁ ଥିବା ମାଣିକେରା ପଞ୍ଚାୟତଟି ଏହି ଦୁଇ ଗାଁରୁ ମାତ୍ର ଦୁଇ କିଲୋମିଟର ଦୂରତାରେ ଅବସ୍ଥିତ । ମାତ୍ର ପଞ୍ଚାୟତ ନିର୍ବାଚନ ପୂର୍ବରୁ ମାଣିକେରାରେ ମିଶିବା ପାଇଁ ଦାବି କରିଥିଲେ । ପ୍ରଶାସନ ଗ୍ରାମବାସୀଙ୍କ କଥା ନ ଶୁଣିବାରୁ ଶେଷରେ ଲୋକେ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.