ETV Bharat / state

କଳାହାଣ୍ଡିରେ ଅଜଣା ରୋଗ ଆତଙ୍କ, ହସ୍ପିଟାଲରେ ପୁଣି ୧୨ ଛାତ୍ରୀ ଭର୍ତ୍ତି

author img

By

Published : Apr 3, 2022, 7:42 PM IST

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଦୁଲକିବନ୍ଧ ସରକାରୀ କନ୍ୟାଶ୍ରମରେ କୌଣସି ଅଜଣା ରୋଗ ଯୋଗୁଁ ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତ ଛାତ୍ରୀଙ୍କ ସଂଖ୍ୟା । ବିଗତ ୫ ଦିନ ମଧ୍ୟରେ ଆଶ୍ରମର ୮୦ ଜଣ ଛାତ୍ରୀ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଥିବା ବେଳେ ଆଜି ପୁଣି ୧୨ ଜଣ ଛାତ୍ରୀ ଚିକିତ୍ସାଙ୍କ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ କନ୍ୟାଶ୍ରମର ୧୨ ଛାତ୍ରୀ
ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ କନ୍ୟାଶ୍ରମର ୧୨ ଛାତ୍ରୀ

ଭବାନୀପାଟଣା: ଦିନକୁ ଦିନ ବୃଦ୍ଧି ପାଉଛି ଅଜଣା ରୋଗ ଆତଙ୍କ । ଆକ୍ରାନ୍ତ ସଂଖ୍ୟା ଗତ ୫ ଦିନ ମଧ୍ୟରେ ୮୦ରୁ ଊର୍ଦ୍ଧ୍ବ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି । ପୁଣି ଆଜି(ରବିବାର) ୧୨ ଜଣ ଛାତ୍ରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି ।

ପୁଣି ଡାକ୍ତରଖାନାରେ ଭର୍ତ୍ତି ହେଲେ କନ୍ୟାଶ୍ରମର ୧୨ ଛାତ୍ରୀ

ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ଦୁଲକିବନ୍ଧ ସରକାରୀ କନ୍ୟାଶ୍ରମରେ କୌଣସି ଅଜଣା ରୋଗ ଯୋଗୁଁ ଦିନକୁ ଦିନ ବୃଦ୍ଧି ପାଉଛି ଆକ୍ରାନ୍ତ ଛାତ୍ରୀଙ୍କ ସଂଖ୍ୟା । ବିଗତ ୫ ଦିନ ମଧ୍ୟରେ ଆଶ୍ରମର ୮୦ ଜଣ ଛାତ୍ରୀ କଲମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଥିବା ବେଳେ ଆଜି ପୁଣି ୧୨ ଜଣ ଛାତ୍ରୀ ଚିକିତ୍ସାଙ୍କ ହୋଇଥିବା ଜଣାପଡିଛି ।

ସେପେଟ ଘଟଣାକୁ ନେଇ ସ୍କୁଲକୁ ଡାକ୍ତରୀ ଦଳ ଯାଇ ପ୍ରଦର୍ଶନ କରି ଫେରିଥିଲେ ମଧ୍ୟ ଆକ୍ରାନ୍ତ ସଂଖ୍ୟ ବୃଦ୍ଧି ଏବେ ଶିକ୍ଷକ ଓ ଅଭିଭାବକଙ୍କ ମନରେ ଆଲୋଡନ ସୃଷ୍ଟି କରିଛି । ଅନ୍ୟପଟେ ଆଜି ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନର ଏକ ସ୍ୱତନ୍ତ୍ର ଟିମ ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.