ETV Bharat / state

ଏସିଡ୍ ମାଡ଼ରେ ୨ ଗୁରୁତର, ଅଭିଯୁକ୍ତ ଗିରଫ

author img

By

Published : Jun 23, 2022, 10:30 PM IST

ଏସିଡ୍ ମାଡ଼ରେ ୨ ଗୁରୁତର, ଅଭିଯୁକ୍ତ ଗିରଫ
ଏସିଡ୍ ମାଡ଼ରେ ୨ ଗୁରୁତର, ଅଭିଯୁକ୍ତ ଗିରଫ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ଗୋତିପଡା ରାମ ମନ୍ଦିର ନିକଟରେ ଏସିଡ ମାଡ଼ରେ ୨ ଜଣ ଗୁରୁତର । ଅଧିକ ପଢ଼ନ୍ତୁ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ଗୋତିପଡା ରାମ ମନ୍ଦିର ନିକଟରେ ଏସିଡ ମାଡ଼ରେ ୨ ଜଣ ଗୁରୁତର । ସୂଚନା ଅନୁଯାୟୀ ଜୁନାଗଡ଼ ସହର ଗୋତିପଡାର ମୋହନଲାଲ ବିଶି, ନିଳାମ୍ବର ମାଝୀ ଓ ଶାନ୍ତନୁ ବିଶି ଏକା ସାଙ୍ଗରେ ପଲମ୍ବର କାମ କରିବାକୁ ଯାଇଥିଲେ । ସେହି ସମୟରେ ଶାନ୍ତନୁ ବିଶି ସହ ମୋହନଲାଲ ଓ ନିଳାମ୍ବର ମାଝୀଙ୍କର ଝଗଡ଼ା ହୋଇଥିଲା ।

ଏହାକୁ ନେଇ କିଛି ଦିନ ହେଲା ମୋହନଲାଲ ଓ ନିଳାମ୍ବର ଅଭିଯୁକ୍ତ ଶାନ୍ତନୁକୁ ସାଙ୍ଗରେ କାମ କରିବାକୁ ନେଉନଥିଲେ । ଏନେଇ ଆଜି ସନ୍ଧ୍ୟାରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଶାନ୍ତନୁ ସହରର ରାମ ମନ୍ଦିର ନିକଟରେ ମୋହନଲାଲ ଓ ନିଳାମ୍ବର ମାଝୀଙ୍କ ଉପରକୁ ଏସିଡ ମାଡ଼ କରିଥିଲା । ଏହାଦେଖି ସ୍ଥାନୀୟ ଲୋକେ ତୁରନ୍ତ ମୋହନଲାଲ ଓ ନିଳାମ୍ବର ମାଝୀକୁ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ଶାନ୍ତନୁ ବିଶିକୁ ଗିରଫ କରିଥିବା ନେଇ ପୋଲିସ ସୂଚନା ଦେଇଛି ।


ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.