ETV Bharat / state

ବସ୍ ଓ ଟ୍ରକ୍‌ ମୁହାମୁହିଁ ଧକ୍କା, ଦୁଇ ଆହତ

author img

By

Published : Sep 18, 2022, 11:05 PM IST

ବରଗଡ ବରୀଗୁମା ଜାତୀୟ ଜାତୀୟ ୨୬ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କାଉଡୋଳା ନିକଟରେ ବସ୍‌, ଟ୍ରକ ଓ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ବସରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଅଧିକ ପଢନ୍ତୁ

ବସ୍ ଓ ଟ୍ରକ ମୁହାମୁହିଁ ଧକ୍କା , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବସ୍ ଓ ଟ୍ରକ ମୁହାମୁହିଁ ଧକ୍କା , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭବାନୀପାଟଣା: ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଏଭଳି ଘଟଣା ଘଟିଛି ବରଗଡ ବରୀଗୁମା ଜାତୀୟ ରାଜପଥ ୨୬ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କାଉଡୋଳା ନିକଟରେ । ସୂଚନା ଅନୁଯାୟୀ, କୋକସରା ଥାନା ଅନ୍ତର୍ଗତ କାଉଡୋଳା ନିକଟରେ ବସ ଓ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ବସରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।

ବସ୍ ଓ ଟ୍ରକ ମୁହାମୁହିଁ ଧକ୍କା , ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୂଚନା ଅନୁଯାୟୀ ମାଲକାନଗିରିରୁ ଭାବନୀପାଟଣା ଅଭିମୁଖେ ଆସୁଥିବା ସରକାରୀ ଯାତ୍ରୀବାହୀ ବସକୁ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ କାଉଡୋଲା ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ସମୟରେ ବସର ପଛପଟେ ଆସୁଥିବା ୪୦୭ ପିକଅପ ଭ୍ୟାନ ବସ କୁ ଓଭରଟେକ କରିବାକୁ ଚେଷ୍ଟା କରୁଥିବା ସମୟରେ ସେହି ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏନେଇ ଫଳରେ ପିକଅପ ଭ୍ୟାନରେ ବସିଥିବା ଦୁଇଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଘଟଣା ସ୍ଥଳରେ କୋକସରା ପୋଲିସ ଓ ଓଡ୍ରାଫ ଟିମ ପହଞ୍ଚି ଦୁଇଜଣ ଗୁରୁତରଙ୍କୁ ଉଦ୍ଧାର କରିଥିଲା ।

ଏଥିସହ ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲ ରେ ଭର୍ତ୍ତି କରିଥିବାବେଳେ ବସରେ ଥିବା ଯାତ୍ରୀ ଅଳ୍ପକେ ଭର୍ତ୍ତି ଯାଇଥିବା ଜଣାପଡିଛି । ସେପଟେ ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥ ୨୬ ରେ ଯାତାୟାତ ଠପ ହୋଇଥିବାବେଳେ ପୋଲିସ ବିଭାଗ ରାସ୍ତା ଖାଲି କରିବା ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନା ଥାଉକି, କିଛି ଦିନ ପୂର୍ବେ ଢେଙ୍କାନାଳ ଜିଲ୍ଲା ଏନଏଚ-୫୫ର ଢେଙ୍କାନାଳ ସହର ଉପକଣ୍ଠ କଣ୍ଟେଇକୋଳିଆ ନିକଟରେ କଟକ ଆଡୁ ଯାଉଥିବା ଏକ ଟ୍ରଲର ସହ ଜଗନ୍ନାଥ ବସ ମୁହାଁମୁହିଁ ଧକ୍କା ହୋଇଥିଲା ।

ପରେ ବସଟି ରାସ୍ତା ପାର୍ଶ୍ଵ ଏକ ଖାଲରେ ପଶି ଯାଇଥିଲା । ତେବେ ବସ୍‌ରେ ୬୦ରୁ ଉର୍ଦ୍ଧ୍ବ ଯାତ୍ରୀ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୧୦ ଯାତ୍ରୀ ଆହତ ହୋଇଥିଲେ । ଡ୍ରାଇଭର ଜଣକ ମଦ୍ୟପାନ କରିଥିବାକୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକ ସୂଚନା ଦେଇଥିଲେ ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.