ETV Bharat / state

ଜିଏସଟି ଫାଙ୍କିବାରୁ ଟ୍ରକକୁ 1 ଲକ୍ଷ 82 ହଜାର ଟଙ୍କା ଫାଇନ

author img

By

Published : Feb 18, 2021, 11:47 AM IST

Updated : Feb 18, 2021, 12:00 PM IST

ଜିଏସଟି ଫାଙ୍କିବାରୁ ଟ୍ରକ ଅଟକ
ଜିଏସଟି ଫାଙ୍କିବାରୁ ଟ୍ରକ ଅଟକ

ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକକୁ ୧ ଲକ୍ଷ ୮୨ ହଜାର ଟଙ୍କା ଜରିମାନା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଏନଫୋର୍ସମେଣ୍ଟ ରେଞ୍ଜ ପକ୍ଷରୁ କରାଯାଇଥିଲା ଚଢାଉ । ଅଧିକ ପଢନ୍ତୁ...

ଭବାନୀପାଟଣା: ଜିଏସଟି ଠକେଇ ଅଭିଯୋଗରେ ପଞ୍ଜାବରୁ ଆସୁଥିବା ଏକ ଟ୍ରକକୁ ୧ ଲକ୍ଷ ୮୨ ହଜାର ଟଙ୍କା ଜରିମାନା । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଏନଫୋର୍ସମେଣ୍ଟ ରେଞ୍ଜ ପକ୍ଷରୁ କରାଯାଇଥିଲା ଚଢାଉ । ଚଢାଉରେ ଧରାପଡ଼ିବା ପରେ ଜିଏସଟି ଫାଙ୍କିବା ନେଇ ଜୋରିମାନା ଆଦାୟ କରିଛି ବିଭାଗ ।

ଜିଏସଟି ଫାଙ୍କିବାରୁ ଟ୍ରକ ଅଟକ

ପଞ୍ଜାବ ଫିରୋଜପୁର ସହରର ଇଣ୍ଡିଏନ ଫାଉଣ୍ଡରି ୱାର୍କସରୁ ୧୯ ଲକ୍ଷ ୧୩ ହଜାର ୬୨୫ ଟଙ୍କାର ରାଇସ ମିଲ ସରଞ୍ଜାମ କଳାହାଣ୍ଡି ଜିଲ୍ଲାର ଲଡୁଗାଁ ଏଚ.ଆର.ଫୁଡ୍ସ ରାଇସ ମିଲକୁ ଆସୁଥିଲା । ଆଉ ଏହି ସମୟରେ ଭବାନୀପାଟଣା ଏନଫୋର୍ସମେଣ୍ଟ ରେଡ କରିଥିବା ସୂଚନା ଦେଲେ ବାଣିଜ୍ୟକର ଓ ଜିଏସଟି ଡେପୁଟି କମିଶନର ତପନ କୁମାର ପାଢୀ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated :Feb 18, 2021, 12:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.