ETV Bharat / state

କୋରୋନା ବାଣ୍ଟୁଛି ଟୀକାକରଣ କେନ୍ଦ୍ର...

author img

By

Published : Jun 26, 2021, 1:14 PM IST

କୋରୋନା ବାଣ୍ଟୁଛିକି ଟୀକାକରଣ କେନ୍ଦ୍ର ?
କୋରୋନା ବାଣ୍ଟୁଛିକି ଟୀକାକରଣ କେନ୍ଦ୍ର ?

ବେହରାମାଲ ଟୀକାକରଣ କେନ୍ଦ୍ରରେ ଟିକା ନେବାକୁ ଆସି ଲୋକେ ଭୁଲିଗଲେ ସାମାଜିକ ଦୂରତା । ଅଧିକ ପଢନ୍ତୁ...

ସୁବର୍ଣ୍ଣପୁର: ଜିଲ୍ଲା ବେହରାମାଲ ଟୀକାକରଣ କେନ୍ଦ୍ରରେ ପ୍ରବଳ ଭିଡ । ଟିକା ନେବାକୁ ଆସି ଲୋକେ ଭୁଲିଗଲେ ସାମାଜିକ ଦୂରତା । ତେବେ ଗହଳିକୁ ଦେଖି ଲାଗୁଥିଲା ଯେମିତି ଲୋକେ ଟିକା ନୁହେଁ, ବରଂ କୋରୋନାକୁ ନିମନ୍ତ୍ରଣ କରିବାକୁ ଆସିଛନ୍ତି । ଟିକା ନେବା ପାଇଁ ଟିକା କେନ୍ଦ୍ର ବାହାରେ ଶତାଧିକ ଲୋକ ଭିଡ ଜମାଇବା ସହ ଠେଲାପେଲା ହେବାର ଦେଖିବାକୁ ମିଳିଛି ।

କୋରୋନା ବାଣ୍ଟୁଛିକି ଟୀକାକରଣ କେନ୍ଦ୍ର ?

ତେବେ ଏଭଳି ଭିଡକୁ ଦେଖି କୋରୋନା ବ୍ୟାପିବାର ମଧ୍ୟ ଆଶଙ୍କା କରାଯାଉଛି । ଏହି କେନ୍ଦ୍ରରେ ୧୮ ରୁ ୪୪ ବର୍ଷ ସହ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟୀକାକରଣ ବ୍ୟବସ୍ଥା ହୋଇଛି । କିଛି ଲୋକ ସ୍ଲଟ ବୁକିଂ କରି ଆସିଥିବାବେଳେ କିଛି ଲୋକ ବିନା ବୁକିଂରେ ମଧ୍ୟ ଭିଡ ଜମାଇଛନ୍ତି । ତେବେ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ବହୀନ କାର୍ଯ୍ୟ ଯୋଗୁଁ ଏପରି ଭିଡ ହେଇଥିବା ଚର୍ଚ୍ଚା ଜୋର ଧରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.