ETV Bharat / state

ଅମୃତ ଭାରତ ରେଳ ଯୋଜନାରେ ଯୋଡି ହେଲା କେସିଙ୍ଗା, ଯାତ୍ରୀଙ୍କ ପାଇଁ ରହିବ ଅତ୍ଯାଧୁନିକ ସୁବିଧା: ଜିଏମ

author img

By

Published : Jul 9, 2023, 8:58 PM IST

କେସିଙ୍ଗା ରେଳ ଷ୍ଟେସନ ଗସ୍ତ କଲେ ରେଳ ବିଭାଗ ଜିଏମ ମନୋଜ କୁମାର ଶର୍ମା । ରେଳ ଷ୍ଟେସନର ପରିଦର୍ଶନ କରିବା ସହ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି । ଅଧିକ ପଢ଼ନ୍ତୁ

କେସିଙ୍ଗା ରେଳ ଷ୍ଟେସନ ଗସ୍ତ କଲେ ରେଳ ବିଭାଗ ଜିଏମ ମନୋଜ କୁମାର ଶର୍ମା
କେସିଙ୍ଗା ରେଳ ଷ୍ଟେସନ ଗସ୍ତ କଲେ ରେଳ ବିଭାଗ ଜିଏମ ମନୋଜ କୁମାର ଶର୍ମା

କେସିଙ୍ଗା ରେଳ ଷ୍ଟେସନ ଗସ୍ତ କଲେ ରେଳ ବିଭାଗ ଜିଏମ ମନୋଜ କୁମାର ଶର୍ମା

ଭବାନୀପାଟଣା: କେସିଙ୍ଗା ରେଳ ଷ୍ଟେସନ ପରିଦର୍ଶନ କଲେ ରେଳ ବିଭାଗ ଜିଏମ । ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ । ରେଳ ବିଭାଗ ସମ୍ବଲପୁର ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେସନକୁ ଓଡ଼ିଶାର ରେଳ ବିଭାଗରର ଜେନେରାଲ ମ୍ୟାନେଜର ମନୋଜ କୁମାର ଶର୍ମାଙ୍କ ସହ ସମ୍ବଲପୁର ରେଳ ଡିଭିଜନର ଡ଼ି.ଆର.ଏମ ବିନୀତ ସିଂଙ୍କ ସମେତ ରେଳ ବିଭାଗର ବହୁ ପଦାଧିକାରୀ ପରିଦର୍ଶନ କରିଥିଲେ। ଏହି ସମୟରେ କେସିଙ୍ଗା ସଚେତନ ନାଗରିକ ମଞ୍ଚ, ସମେତ ବିଭିନ୍ନ ଯୁବକ ସଂଗଠନମାନଙ୍କ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଦାବିପତ୍ର ପ୍ରଦାନ କରାଯାଇଛି ।

କଳାହାଣ୍ଡି ଜିଲ୍ଲାର ପ୍ରବେଶ ପଥ ବା କେସିଙ୍ଗା ରେଳ ଷ୍ଟେସନ ଉପରେ ଅନେକ ଲୋକ ନିର୍ଭର କରିଥାଆନ୍ତି । ହେଲେ ଷ୍ଟେସନରେ ଅନେକ ସମସ୍ୟା ଲାଗି ରହିଥିବା ବେଳେ ଅନେକ ଟ୍ରେନ୍‌ କେସିଙ୍ଗା ଷ୍ଟେସନରେ ରହୁ ନାହିଁ । ଯାହାକୁ ନେଇ ଅଞ୍ଚଳବାସୀ ବିଭିନ୍ନ ସମୟରେ ରେଳ ବିଭାଗ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ । ଆଜି ଓଡ଼ିଶାର ରେଳ ବିଭାଗରର ଜେନେରାଲ ମ୍ୟାନେଜର ମନୋଜ କୁମାର ଶର୍ମା କେସିଙ୍ଗା ରେଳ ଷ୍ଟେସନରେ ପହଞ୍ଚି ପ୍ରଥମେ ସମସ୍ତ ପ୍ଲାଟ ଫର୍ମ ,ଟିକେଟ କାଉଣ୍ଟର ବୁଲି ପରିଦର୍ଶନ କରିବା ସହ ଷ୍ଟେସନ ମାଷ୍ଟରଙ୍କ ସହ ଆଲୋଚନା କରିଥିଲେ ।

କେସିଙ୍ଗାରୁ ରାଜଧାନୀକୁ କୌଣସି ଟ୍ରେନ ନ ଥିବାରୁ କେସିଙ୍ଗା ସହରବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଭୁବନେଶ୍ୱରରୁ କେସିଙ୍ଗା ଯିବା ପାଇଁ ଏକ ନୂଆ ଟ୍ରେନ ଦେବାପାଇଁ ଦାବି କରିଥିଲେ । ଟିଟିଲାଗଡରୁ ଇସ୍ପାତ ଦ୍ରୁତଗାମୀ ଟ୍ରେନ ଓ ଦୁର୍ଗ ପୁରୀ ଟ୍ରେନକୁ କେସିଙ୍ଗା ଯାଏଁ ସମ୍ପ୍ରସାରଣ କରିବା ପାଇଁ ଦାବି କରାଯାଇଛି । ଏହାସହ କେସିଙ୍ଗା ଷ୍ଟେସନ ପରିସରରେ ପରିଷ୍କାର ପରିଚ୍ଛନ୍ନ ,୩ନମ୍ବର ପ୍ଲାଟ ଫର୍ମରେ ମାର୍ବଲ ମରାମତି, ପାନୀୟଜଳ, ଶୌଚାଳୟ ଏବଂ ଷ୍ଟେସନ ପରିସରକୁ ସଫା କରିବା ପାଇଁ ସଂଘମାନଙ୍କ ପକ୍ଷରୁ ଦାବି କରାଯାଇଥିଲା । ଏହି ସବୁ ସମସ୍ୟାକୁ ସମାଧାନ କରିବା ପାଇଁ ମ୍ୟାନେଜରଙ୍କୁ କେସିଙ୍ଗା ସଚେତନ ନାଗରିକ ମଞ୍ଚ ଓ ବିଭିନ୍ନ ସଂଗଠନ ପକ୍ଷରୁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା ।

ଜେନେରାଲ ମ୍ୟାନେଜର ମନୋଜ କୁମାର ଶର୍ମା କହିଛନ୍ତି, ‘‘କେସିଙ୍ଗାର ସମସ୍ତ ସମସ୍ୟାର ତଦାରଖ କରାଯାଇଛି । ରେଳ ଷ୍ଟେସନରେ ଥିବା ସମସ୍ତ ସମସ୍ୟାକୁ ଆମେ ବୁଲି ଦେଖିଛୁ । କେସିଙ୍ଗାକୁ ଅମୃତ ଭାରତ ଯୋଜନାର ଅନ୍ତର୍ଭୁକ୍ତ କରି ବିଭିନ୍ନ ଅତ୍ୟାଧୁନିକ ବ୍ୟବସ୍ତା ଯୋଗାଇବା ପାଇଁ କାର୍ଯ୍ୟ କରାଯାଉଛି ।’’

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.