ETV Bharat / state

କଳାହାଣ୍ଡିରେ ଅଟକିଲା ବେଦାନ୍ତ ଟ୍ରେନ, ଧାରଣାରେ ଅଞ୍ଚଳବାସୀ

author img

By

Published : Jan 14, 2022, 7:44 PM IST

ସ୍ଥାୟୀ ନିଯୁକ୍ତି ଦାବି, କଳାହାଣ୍ଡିରେ ବେଦାନ୍ତ ଟ୍ରେନକୁ ଅଟକାଇଲେ ଅଞ୍ଚଳବାସୀ
ସ୍ଥାୟୀ ନିଯୁକ୍ତି ଦାବି, କଳାହାଣ୍ଡିରେ ବେଦାନ୍ତ ଟ୍ରେନକୁ ଅଟକାଇଲେ ଅଞ୍ଚଳବାସୀ

ସ୍ଥାନୀ ନିଯୁକ୍ତି ଦାବିରେ କଳାହାଣ୍ଡିରେ ବେଦାନ୍ତ ଟ୍ରେନକୁ ଅଟକାଇଛନ୍ତି ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଯୋଡାବନ୍ଧରେ ସ୍ଥାୟୀ ନିଯୁକ୍ତି ଦାବିରେ ଆଜି(ଶୁକ୍ରବାର) ରେଳରୋକ କରିଛନ୍ତି ଅଞ୍ଚଳବାସୀ । ଦୀର୍ଘ ଦିନ ହେଲା ବେଦାନ୍ତ କମ୍ପାନୀ ସ୍ଥାନୀୟ ଲୋକଙ୍କୁ ଭୁଆଁ ବୁଲାଉଥିବା ବେଳେ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ଓ ସ୍ଥାୟୀ ନିଯୁକ୍ତି ପାଇଁ ହୋଇଛି ଏହି ଆନ୍ଦୋଳନ ।

କଳାହାଣ୍ଡିରେ ଅଟକିଲା ବେଦାନ୍ତ ଟ୍ରେନ, ଧାରଣାରେ ଅଞ୍ଚଳବାସୀ

ଅଞ୍ଚଳବାସୀ ଅନେକ ଥର ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ଦାବି କରି ଆସୁଛନ୍ତି ହେଲେ କମ୍ପାନୀ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଆଜି ଯୋଡ଼ାବନ୍ଧ ଓ ଆଖପାଖ ଗାଁର ଲୋକେ ଏକତ୍ରିତ ହୋଇ ବେଦାନ୍ତ କାରଖାନାକୁ ଯାଉଥିବା ମାଲବାହୀ ଟ୍ରେନକୁ ଅଟକାଇ ଧାରଣାରେ ବସିଛନ୍ତି ।

ଆନ୍ଦୋଳନକାରୀଙ୍କ ସହିତ ବେଦାନ୍ତ କର୍ତ୍ତୃପକ୍ଷ ଓ ଲାଞ୍ଜିଗଡ଼ ପୋଲିସ ଆଲୋଚନା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଯେପର୍ଯ୍ୟନ୍ତ ଦାବି ପୂରଣ ନ ହେବ ସେପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.