ETV Bharat / state

ଜଗନ୍ନାଥଙ୍କ ଜମି ହଡପ ଅଭିଯୋଗ ,ନ୍ୟାୟ ପାଇଁ ଧାରଣା

author img

By

Published : Jul 27, 2022, 4:25 PM IST

ଜଗନ୍ନାଥଙ୍କ ଜମି ହଡପ ଅଭିଯୋଗ ,ନ୍ୟାୟ ପାଇଁ ଧାରଣା
ଜଗନ୍ନାଥଙ୍କ ଜମି ହଡପ ଅଭିଯୋଗ ,ନ୍ୟାୟ ପାଇଁ ଧାରଣା

ଜଗନ୍ନାଥଙ୍କ ଜମି ହଡପ କଲେ ଜବରଦଖଲକାରୀ ! ନ୍ୟାୟ ପାଇଁ ଜଗନ୍ନାଥଙ୍କୁ ଜମିଦାନ କରିଥିବା ପରିବାର ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା : ଜଗନ୍ନାଥଙ୍କ ଜମି ହଡପ କଲେ ଜବର ଦଖଲକାରୀ ! ଥାନାରେ ପହଞ୍ଚିଲା ମାମଲା । ହେଲେ କୈଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଜଗନ୍ନାଥଙ୍କୁ ଜମିଦାନ କରିଥିବା ପରିବାର ଏବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଜଗନ୍ନାଥଙ୍କ ଜମି ହଡପ ଅଭିଯୋଗ ,ନ୍ୟାୟ ପାଇଁ ଧାରଣା

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ କଲିଆକୁଣ୍ଡଲ ଗାଁର କ୍ଷେତ୍ରଚନ୍ଦ୍ର ନାଏକଙ୍କ ବାପା ଦୀର୍ଘ ବର୍ଷ ପୂର୍ବେ ନିଜ ୧୮ ଏକର ଜମିରୁ ଗାଁରେ ଥିବା ଜଗନ୍ନାଥ ମନ୍ଦିରକୁ ୬ ଏକର ଜମି ଦାନରେ ଦେଇଥିଲେ । ହେଲେ ଦୀର୍ଘ ବର୍ଷ ପରେ ସେହି ଗାଁର ଅନାମ ନାଏକ ନାମକ ଜଣେ ବ୍ୟକ୍ତି ଜଗନ୍ନାଥଙ୍କ ଜମିକୁ ହାଡପ କରିବା ସହ କ୍ଷେତ୍ର ଚନ୍ଦ୍ରଙ୍କ ନାଁରେ ଥିବା ୧୧ ଏକର ଜମିକୁ ମଧ୍ୟ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି । ୧୮ ଏକର ଜମିରେ ସେ ଏବେ ଚାଷ କରୁଛନ୍ତି ।

ଏହାକୁ ବିରୋଧ କରି କ୍ଷେତ୍ର ଚନ୍ଦ୍ର ଅନେକ ସମୟରେ ଥାନାରେ ଅଭିଯୋଗ କରିବା ସହ ଜୁନାଗଡ଼ ତହସିଲଦାରଙ୍କୁ ଜଣାଇଥିଲେ । ହେଲେ ଜବରଦଖଲକାରୀ ଜଣକ ଲୋକ ଲଗାଇ କ୍ଷେତ୍ର ଚନ୍ଦ୍ରଙ୍କ ପରିବାର ଉପରକୁ ଆକ୍ରମଣ କରିବା ସହ ଘର ଭାଙ୍ଗି ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି କ୍ଷେତ୍ର ଚନ୍ଦ୍ରଙ୍କ ପରିବାର । ଖୁବଶୀଘ୍ର ଏ ସମସ୍ୟାର ସମାଧାନ କରିବା ସହ ଜଗନ୍ନାଥଙ୍କ ନାମରେ ଥିବା ୬ ଏକର ଜମିକୁ ମନ୍ଦିରକୁ ପୁଣି ଥରେ ହସ୍ତାନ୍ତର କରିବା ଏବଂ କ୍ଷେତ୍ର ଚନ୍ଦ୍ରଙ୍କ ନାଁରେ ଥିବା ୧୧ ଏକର ଜମିକୁ ଫେରାଇ ଦେବା ପାଇଁ ଦାବୀ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.