ETV Bharat / state

ଇନ୍ଦ୍ରାବତୀ କେନାଲ କାମ ପାଇଁ କ୍ଷେତକୁ ମିଳୁନି ପାଣି, ଚିନ୍ତାରେ ଚାଷୀ

author img

By

Published : Jun 12, 2022, 4:50 PM IST

possible Drought situations expected in Kalahandi due to worst Irrigation condition
ଇନ୍ଦ୍ରାବତୀ କେନାଲ କାମ ପାଇଁ କ୍ଷେତକୁ ମିଳୁନି ପାଣି, ଚିନ୍ତାରେ ଚାଷୀ

ଚାଷ ପାଇଁ ଜଳସେଚନର ଅଭା । ଆଉ ଏବେ ଯାଏଁ ରାଜ୍ୟରେ ମୌସୁମୀର ଦେଖାନାହିଁ । କଳାହାଣ୍ଡି ଜିଲ୍ଲାରେ ମରୁଡି ପରିସ୍ଥିତିର ଆଶଙ୍କା ସୃଷ୍ଟି ହେଲାଣି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାମ ଚାଲିଥିବାରୁ ଚାଷଙ୍କ ଜମିକୁ ହେଉନି ଜଳସେଚନ । ଅଧିକ ପଢନ୍ତୁ possible Drought situations expected in Kalahandi district

ଭବାନୀପାଟଣା: ପୁଣି ଚିନ୍ତାରେ ଚାଷୀ । ଚାଷ ପାଇଁ ଜଳସେଚନର ଅଭାବ । ବିଳମ୍ବିତ ମୌସୁମୀ ଯୋଗୁଁ କଳାହାଣ୍ଡି ଜିଲ୍ଲାରେ ମରୁଡି ପରିସ୍ଥିତିର ଆଶଙ୍କା ସୃଷ୍ଟି ହେଲାଣି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ କାମ ଚାଲିଥିବାରୁ ଜଳ ସେଚନ ବାଧା ପ୍ରାପ୍ତ ହୋଇଛି । ୨୯ ହଜାର ହେକ୍ଟରଜମିରେ ରେ ଚାଷ କାର୍ଯ୍ୟ ଠପ୍‌ ହେବାରେ ଲାଗିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବିକଳ୍ପ ଜଳସେଚନ ବ୍ୟବସ୍ଥା କରା ନ ଯିବା ଦ୍ୱାରା ଚାଷୀ ମୁଣ୍ଡରେ ଚଡକ ପଡିଛି । ତେବେ ସେତିକି ନୁହେଁ ଏହି କେନାଲ କାମ ଯୋଗୁଁ ଆଗକୁ ଆହୁରି ପାଖାପାଖି ପାଞ୍ଚ ବର୍ଷ ଜଳସେଚନ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

ଇନ୍ଦ୍ରାବତୀ କେନାଲ କାମ ପାଇଁ କ୍ଷେତକୁ ମିଳୁନି ପାଣି, ଚିନ୍ତାରେ ଚାଷୀ

କଳାହାଣ୍ଡି ଜିଲ୍ଲା ରାଜ୍ୟର ଦ୍ୱିତୀୟ ଭାତହାଣ୍ଡି ହୋଇଥିବା ବେଳେ ଦୂରଦୃଷ୍ଟିର ଅଭାବରୁ ବିକଳ୍ପ ବ୍ୟବସ୍ଥା ନ କରି କେନାଲ କାର୍ଯ୍ୟ ପାଇଁ ଜଳଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ବର୍ତ୍ତମାନ ପର୍ଯ୍ୟନ୍ତ ୪୧ କିଲୋମିଟର ପର୍ଯ୍ୟନ୍ତ ମରାମତି ଚାଲିଛି । ଏହା ସରକାରୀ ଭାବରେ ୨ ବର୍ଷ ସମୟସୀମା ରହିଥିବା ବେଳେ ୮୪ କିଲୋମିଟର ପର୍ଯ୍ୟନ୍ତ କେନାଲ ମରାମତି ପାଇଁ ଟେଣ୍ଡର ଚୂଡାନ୍ତ ହୋଇନାହିଁ ।

ବର୍ଷ ବର୍ଷ ଧରି ଇନ୍ଦ୍ରାବତୀ ଡାହାଣ ମୁଖ୍ୟ କେନାଲ ମରାମତି ପାଇଁ ଟେଣ୍ଡର ପରେ ଟେଣ୍ଡର ହୋଇ ଚୂଡାନ୍ତ ହୋଇ ପାରୁନଥିଲା । ପରେ ଡାହାଣ ମୁଖ୍ୟ କେନାଲର ୪୧ କିଲୋମିଟର ଲାଇନିଙ୍ଗ କାମ ପାଇଁ ୧୪୯ କୋଟିର ବ୍ୟୟ ଅଟକଳ ଟେଣ୍ଡର ହୋଇଛି । କେବଳ କମ୍ପାନୀ ଏହି ଲାଇନିଙ୍ଗ କାମ ନେଇଥିବା ବେଳେ ଆସନ୍ତା ୨୦୨୪ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବା ପାଇଁ ଟେଣ୍ଡରରେ ଉଲ୍ଲେଖ ରହିଛି । ସେହିଭଳି ୪୧ କିଲୋମିଟରରୁ ୮୪ କିଲୋମିଟର ପର୍ଯ୍ୟନ୍ତ ୨୨୨ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଚାଲିଛି ।

ବର୍ତ୍ତମାନ ଡାହାଣ ମୁଖ୍ୟ କେନାଲର ୮୬ କିମି ପର୍ଯ୍ୟନ୍ତ ଜଳସେଚନ ବାଧାପ୍ରାପ୍ତ ହୋଇଛି । ଫଳରେ ଚାଷ ହୋଇ ପାରିନାହିଁ। କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଡାହାଣ ମୁଖ୍ୟ କେନାଲର ୨୯ ହଜାର ହେକ୍ଟର ଚାଷ ଜମିରେ ରବି ଚାଷ ହୋଇନଥିବା ବେଳେ ଖରିପ ଋତୁରେ ଧାନ ଚାଷ କିଭଳି ହେବ । ସେ ନେଇ ଏବେ ଚିନ୍ତାରେ ଚାଷୀ।ବିବେଶ କରି ଜିଲ୍ଲାର କଲମପୁର, ଜୁନାଗଡ଼, ଧର୍ମଗଡ଼ ଅଞ୍ଚଳ ଚାଷୀ ବିଶେଷ ମାତ୍ରାରେ ପ୍ରଭାବିତ ହେବା ।


କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.