ETV Bharat / state

ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, କଳାହାଣ୍ଡି ନବରଙ୍ଗପୁର ଯାତାୟତ ଠପ୍

author img

By

Published : Dec 8, 2022, 9:03 PM IST

ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, କଳାହାଣ୍ଡି ନବରଙ୍ଗପୁର ଯାତାୟତ ଠପ୍
ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, କଳାହାଣ୍ଡି ନବରଙ୍ଗପୁର ଯାତାୟତ ଠପ୍

ଘାଟିରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର । କଳାହାଣ୍ଡି ନବରଙ୍ଗପୁର ଯାତାୟତ ଠପ୍ । ଏଭଳି ଘଟଣା ଘଟିଛି କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଥିବା ଆମପାଣି ଘାଟିରେ । ଅଧିକ ପଢ଼ନ୍ତୁ

ଭବାନୀପାଟଣା : ଘାଟିରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର । ଏଭଳି ଘଟଣା ଘଟିଛି କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତରେ ଥିବା ଆମପାଣି ଘାଟିରେ । ଫଳରେ କଳାହାଣ୍ଡି ଓ ନବରଙ୍ଗପୁର ମଧ୍ୟରେ ଯାତାୟତ ଠପ୍ । ସୂଚନା ଅନୁଯାୟୀ ପାରାଦ୍ୱୀପରୁ ବୋରିଗୁମ୍ମାକୁ ପେଟ୍ରୋଲ ନେଇ ଯାଉଥିବା ଏକ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ଆମପାଣି ଘାଟିରେ ଓଲଟି ପଡିଥିଲା ।

ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, କଳାହାଣ୍ଡି ନବରଙ୍ଗପୁର ଯାତାୟତ ଠପ୍

ଟ୍ୟାଙ୍କରଟି ଓଲଟିବାରୁ ସମସ୍ତ ପେଟ୍ରୋଲ ବାହାରକୁ ବୋହି ଯାଇଛି । ଖବରପାଇ ଘଟଣାସ୍ଥଳରେ ଆମପାଣି ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଭୟ ପଟରୁ ସମସ୍ତ ଯାନବାହନକୁ ଅଟକାଇଥିଲେ । ଏହାସହ ଅଞ୍ଚଳରେ ନିଆଁ ନଲଗାଇବା ସହ ଘଟଣାସ୍ଥଳରେ ମୋବାଇଲ ଫୋନ ବ୍ୟବହାର କରିବା ଉପରେ ମଧ୍ୟ ବାରଣ କରିଥିଲା ଅଗ୍ନିଶମ ବିଭାଗ ।

ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣା ହେବା ଫଳରେ ନବରଙ୍ଗପୁର ଓ କଳାହାଣ୍ଡି ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେବେ ବ୍ୟସ୍ତ ବହୁଳ ଜାତୀୟ ରାଜପଥ ୨୬ ନମ୍ବରରେ ଘଟଣା ଘଟିଥିବା ବେଳେ ଯାତ୍ରୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.