ETV Bharat / state

Panchayat Poll: ଭୋଟ ବର୍ଜନ ନିଷ୍ପତ୍ତି ନେଲେ ବାର୍ଷୀକୋଣା ଗ୍ରାମବାସୀ

author img

By

Published : Feb 6, 2022, 10:43 PM IST

ତୃତୀୟ ଥର ପଞ୍ଚାୟତ ଭୋଟ ବର୍ଜନ କରିବା ନିଷ୍ପତ୍ତିରେ ବାର୍ଷୀକୋଣା ଗାଁ ଲୋକେ । ତେବେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଥୁଆମୂଳ ରାମପୁର ବ୍ଲକର ବାର୍ଷୀକୋଣା ଗାଁ ଲୋକେ ନେଇଛନ୍ତି ଏହି ନିଷ୍ପତ୍ତି । ଅଧିକ ପଢନ୍ତୁ

panchayat poll vote boycott by barshikona
Panchayat Poll: ବାର୍ଷୀକୋଣା ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ଭବାନୀପାଟଣା: ତୃତୀୟ ଥର ପଞ୍ଚାୟତ ଭୋଟ ବର୍ଜନ କରିବା ନିଷ୍ପତ୍ତିରେ ବାର୍ଷୀକୋଣା ଗାଁ ଲୋକେ । ତେବେ କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଥୁଆମୂଳ ରାମପୁର ବ୍ଲକର ବାର୍ଷୀକୋଣା ଗାଁ ଲୋକେ ନେଇଛନ୍ତି ଏହି ନିଷ୍ପତ୍ତି । କେବଳ ଭୋଟ ଆସିଲେ ନେତାମନ୍ତ୍ରୀ ଏହି ଗାଁଙ୍କୁ ଭୋଟ ଭିକ୍ଷା କରିବାକୁ ଆସିଥାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Panchayat Poll: ବାର୍ଷୀକୋଣା ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ସେହିପରି ବିଭିନ୍ନ ପ୍ରତିଶୃତି ନେତା ଦିଅନ୍ତି ହେଲେ ପୂରଣ କରନ୍ତି ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ତେବେ ଏହି ଗାଁରେ ୫୦୦ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି । ସେହିଭଳି ବ୍ଲକ ମୁଖ୍ୟାଳୟକୁ ଯିବାକୁ ହେଲେ ୪୦ କିମି ବୁଲି ପାହାଡ ଡେଇଁ ଯିବାକୁ ପଡିଥାଏ ।

ଅନ୍ୟପଟେ ବିଭିନ୍ନ ଭତ୍ତା ଏବଂ ଚାଉଳ ଆଣିବା ପାଇଁ ଲୋକେ ପାହାଡିଆ ରାସ୍ତା ଦେଇ ଯିବାକୁ ପଡୁଛି । ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ଏଥିସହ ରୋଗୀ, ଗର୍ଭବତୀଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ଖଟିଆରେ ବୋହି କଲମପୁର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ପଡୁଛି ।

ମାତ୍ର ଏହି ଆଉ ଗାଁକୁ ଦେଖିଲେ ମନେ ହେଉଛି ରାଜ୍ୟ ସରକାରଙ୍କ ବିକାଶ କେବଳ କାନ୍ଥବାଡରେ ସୀମିତ ରହି ଯାଇଛି । ତେବେ ପୂର୍ବରୁ ସାଧାରଣ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିଥିଲେ ଗ୍ରାମବାସୀ ଏହା ପରେ ଗାଁରେ କୌଣସି ବିକାଶ ହୋଇନଥିବା ବେଳେ ପୁଣି ଥରେ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ଗ୍ରାମବାସୀ କହିଛନ୍ତି । କେବେ ବାର୍ଷୀକୋଣା ଗ୍ରାମବାସୀ ବିକାଶର ସୂର୍ଯ୍ୟ ଦେଖି ପାରିବେ ତାହା ସମୟ ହିଁ କହିବ ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.