ETV Bharat / state

କଳାହାଣ୍ଡିରେ ଆବାସ ଦୁର୍ନୀତି, ଜିଲ୍ଲାପାଳଙ୍କୁ ନୋଟିସ୍‌ ଜାରି କଲେ ଲୋକାୟୁକ୍ତ

author img

By

Published : Apr 14, 2022, 11:11 AM IST

କଳାହାଣ୍ଡିରେ ଆବାସ ଦୁର୍ନୀତି, ଜିଲ୍ଲାପାଳଙ୍କୁ ନୋଟିସ ଜାରି କଲେ ଲୋକାୟୁକ୍ତ
କଳାହାଣ୍ଡିରେ ଆବାସ ଦୁର୍ନୀତି, ଜିଲ୍ଲାପାଳଙ୍କୁ ନୋଟିସ ଜାରି କଲେ ଲୋକାୟୁକ୍ତ

କଳାହାଣ୍ଡି କୋକସରା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି । ଏହି ଘଟଣାରେ ଜିଲ୍ଲାପାଳଙ୍କୁ ନୋଟିସ ଜାରି କଲେ ଲୋକାୟୁକ୍ତ । ଅଧିକ ପଢନ୍ତୁ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବହୁଚର୍ଚ୍ଚିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଘଟଣାରେ ଓଡ଼ିଶା ରାଜ୍ୟ ଲୋକାୟୁକ୍ତ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନୋଟିସ ଜାରି କରିଛନ୍ତି । ଏହି ଘଟଣା ଏବେ ସାରା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି । କୋକସରା ବ୍ଲକ ବଡ଼ପୋଡ଼ାଗୁଡା ପଞ୍ଚାୟତର ୬ ଜଣ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଗୃହ ମଞ୍ଜୁର ହୋଇଥିଲା । କିନ୍ତୁ ଗୃହ ଆଦୌ ତିଆରି ହୋଇନଥିବା ବେଳେ ହିତାଧିକାରୀମାନଙ୍କ ଅଜାଣତରେ ବ୍ଲକ ଓ ପଞ୍ଚାୟତ କର୍ମଚାରୀମାନେ ସେମାନଙ୍କ ଟଙ୍କା ଉଠାଇ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।

କଳାହାଣ୍ଡିରେ ଆବାସ ଦୁର୍ନୀତି, ଜିଲ୍ଲାପାଳଙ୍କୁ ନୋଟିସ ଜାରି କଲେ ଲୋକାୟୁକ୍ତ

ଏ ସମ୍ପର୍କରେ ତତ୍କାଳୀନ ବ୍ଲକ ଅଧ୍ୟକ୍ଷା ସବ୍ୟାରାଣୀ ବାଗ ସମ୍ପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଗରିବ ହିତାଧିକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଆବେଦନ କରିଥିଲେ । ଏହାପରେ ବ୍ଲକ ପ୍ରଶାସନ ନିଜ ତ୍ରୁଟି ଘଉଡ଼ାଇବାକୁ ଯାଇ କିଛି ପଞ୍ଚାୟତସ୍ତରୀୟ କର୍ମଚାରୀଙ୍କ ନାମରେ ଏତଲା ଦେଇଥିଲା । ଫଳରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର ଗିରଫ ହୋଇ ପରେ ଜାମିନରେ ଆସିଥିଲେ । ହେଲେ ଘଟଣାରେ ସମ୍ପୃକ୍ତ ଥିବା କିଛି ବରିଷ୍ଠ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ କିମ୍ବା ହିତାଧିକାରୀମାନଙ୍କୁ ନ୍ୟାୟ ମିଳିଲା ନାହିଁ ।

ପ୍ରଶାସନିକ ପଦକ୍ଷେପ ଅଭାବରୁ ହିତାଧିକାରୀମାନେ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ହୋଇଥିବା ଅନୁଭବ କରି ତତ୍କାଳୀନ କୋକସରା ବ୍ଲକ ଅଧ୍ୟକ୍ଷା ଓଡ଼ିଶା ରାଜ୍ୟ ଲୋକାୟୁକ୍ତଙ୍କ ଅଦାଲତରେ ଆବେଦନ କରିଥିଲେ । ଯାହାପରେ ଲୋକାୟୁକ୍ତ ଏହି ମାମଲାରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନୋଟିସ ଜାରି କରିଛନ୍ତି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବ୍ଲକ ଅଧକ୍ଷା ସବ୍ୟାରାଣୀ ବାଗ ଉଦବେଗ ପ୍ରକାଶ କରିବା ସହ ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ତଦନ୍ତ କରି ହିତାଧିକାରୀଙ୍କୁ ନ୍ୟାୟ ଦେବା ଓ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.