ETV Bharat / state

ବିଦ୍ୟୁତ ସଂଲଗ୍ନ ଫାଶରେ ପଡି ଜଣେ ମୃତ, ଆକ୍ସନ ଟେକେନ ରିପୋର୍ଟ ମାଗିଲେ NHRC

author img

By

Published : Nov 22, 2022, 9:12 AM IST

ବିଦ୍ୟୁତ ସଂଲଗ୍ନ ଫାଶରେ ପଡି ଜଣେ ମୃତ
ବିଦ୍ୟୁତ ସଂଲଗ୍ନ ଫାଶରେ ପଡି ଜଣେ ମୃତ

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ସଂଲଗ୍ନ ଫାଶରେ ପଡି ବଡଛତ୍ରଙ୍ଗ ଗ୍ରାମର ମହେନ୍ଦ୍ର ନାଏକଙ୍କ ମୃତ୍ୟୁ । ଆକ୍ସନ ଟେକନ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ । ଅଧିକ ପଢନ୍ତୁ

ଭବାନୀପାଟଣା: ରାଜ୍ୟ ଶକ୍ତି ବିଭାଗ ସଚିବ, କଳାହାଣ୍ଡି ଜିଲ୍ଲାପାଳ ଓ ଏସପି ଙ୍କୁ ଜାତୀୟ ମାନବାଧିକାର କମିଶନଙ୍କ ରିପୋର୍ଟ ତଲବ । କଳାହାଣ୍ଡି ବଡଛତ୍ରଙ୍ଗ ଗ୍ରାମର ଏକ ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ସଂଲଗ୍ନ ଫାଶରେ ପଡି ଜଣଙ୍କର ମୃତ୍ୟୁ ହୋଇଥିରୁ ଏହି ଘଟଣାକୁ ନେଇ ରିପୋର୍ଟ ତଲବ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ଏନେଇ ନଭେମ୍ବର ୨୦, ୨୦୨୨ରେ ଏକ ନୋଟିସ ଜାରି ହୋଇଥିବାବେଳେ, ଏଥିରେ ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବା ପାଇଁ କମିଶନ ତାଗିଦ କରିଛନ୍ତି ।

ବିଦ୍ୟୁତ ସଂଲଗ୍ନ ଫାଶରେ ପଡି ଜଣେ ମୃତ

ମିଳିଥିବା ସୂଚନା ଅନୁଯାୟୀ, ୨୦୨୧ ମସିହା ଅକ୍ଟୋବର ୨୫ ତାରିଖରେ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡଛତ୍ରଙ୍ଗ ଗ୍ରାମର ମହେନ୍ଦ୍ର ନାଏକ ଗାଁ ପାଖ ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ସଂଲଗ୍ନ ଫାଶରେ ପଡି ମୃତ୍ୟୁ ବରଣ କରିଥିଲେ ମହେନ୍ଦ୍ର । ଏହି ଘଟଣାକୁ ନେଇ ମାନବାଧିକାର ସୁରକ୍ଷା କର୍ମୀ ଦିଲୀପ ଦାସ ଜାତୀୟ ମାନବାଧିକ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଦିଲୀପ ଦାସଙ୍କ ପକ୍ଷରୁ ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଜାତୀୟ ମାନବାଧିକାର କମିଶନ ଏକ ମାମଲା କେଶ ନଂ ୧୧୯୬/୧୮/୬/୨୦୨୨ ପଞ୍ଜିକରଣ କରି ରାଜ୍ୟ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳ ଏବଂ ଏସପିଙ୍କୁ ଆକ୍ସନ ଟେକନ ରିପୋର୍ଟ ତଲବ କରିଛନ୍ତି ।

ଏନେଇ ମାନବାଧିକାର କର୍ମୀ ଦିଲୀପ ଦାସ କହିଛନ୍ତି, ''ଗତ ବର୍ଷ ବଡଛତ୍ରଙ୍ଗ ଗ୍ରାମର ମହେନ୍ଦ୍ର ନାଏକଙ୍କ ମୃତ୍ୟୁ ହୋଇଥିଲା । ସେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ, ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ସଂଲଗ୍ନ ଫାଶରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ନେଇ ମୁଁ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲି । ଅଭିଯୋଗ ପରେ ଜାତୀୟ ମାନବାଧିକାର କମିଶନ ରାଜ୍ୟ ଶକ୍ତି ବିଭାଗ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳ ଏବଂ ଏସପିଙ୍କୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି ।''

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.