ETV Bharat / state

ମାଟି ତଳୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Nov 16, 2023, 7:21 AM IST

ମାଟି ତଳୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ
ମାଟି ତଳୁ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର , ହତ୍ୟା ସନ୍ଦେହ

ଠାକୁରମୁଣ୍ଡା ଥାନା ଅଞ୍ଚଳରୁ ମାଟିତଳୁ ଜନୈକ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛି ପୋଲିସ ।ପ୍ରାଥମିକ ତଦନ୍ତକୁ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ମୃତକଙ୍କ ପରିଚୟ ମିଳିପାରି ନାହିଁ । ଅଧିକ ପଢନ୍ତୁ

ରାଇରଙ୍ଗପୁର: ମାଟି ତଳୁ ଜନୈକ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରାଯାଇଛି । ତେବେ ଯୁବକଙ୍କୁ ହତ୍ୟା କରାଯାଇ ଥିବା ପୋଲିସ ସନ୍ଦେହ କରୁଛି । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଅନ୍ଧାରିଖମଣ ଗ୍ରାମ ନିକଟରେ । ଘଟଣା ସମ୍ପର୍କରେ ଖବର ପାଇ ଠାକୁରମୁଣ୍ଡା ଥାନା ପୋଲିସ ମାଟି ଭିତରେ ପୋତା ହୋଇଥିବା ଗଳିତ ମୃତଦେହକୁ ଉଦ୍ଧାର କରିଛି । ପରେ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛି । ଉକ୍ତ ମୃତକଙ୍କ ପରିଚୟ ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଡ଼ିଆବେଡା-ଭୀମକୁଣ୍ଡ ରାସ୍ତାର ଅନ୍ଧାରିଖମଣ ଛକ ନିକଟରେ ଦୁର୍ଗନ୍ଧ ଆସୁଥିବା ବେଳେ କିଛି ପଚିସଢି ଯାଇଥିବା ଅନୁମାନ କରିଥିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ବେଳେ ରାସ୍ତା କଡ ଜଙ୍ଗଲରେ ପୋତା ଯାଇଥିବା ଗୋଟିଏ ସ୍ଥାନରୁ ଦୁର୍ଗନ୍ଧ ଆସୁଥିବାରୁ ସ୍ଥାନୀୟ ପୋଡିଆବେଡା ସରପଞ୍ଚଙ୍କୁ ଖବର ଦେଇଥିଲେ ।

ପରେ ପଡିଆବେଡା ସରପଞ୍ଚ ଏ ସମ୍ପର୍କରେ ଠାକୁରମୁଣ୍ଡା ଥାନାରେ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳକୁ ଠାକୁରମୁଣ୍ଡା ଥାନା ଅଧିକରୀ ସାବିତ୍ରୀ ଦଳେଈ, କରଞ୍ଜିଆ ଏସଡ଼ିପିଓ ସୁବ୍ରତ କୁମାର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ଦୁର୍ଗନ୍ଧ ଆସୁଥିବା ଉକ୍ତ ସ୍ଥାନରୁ ମଣିଷର ମୃତଦେହ ଥିବା ଅନୁମାନ କରିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସେହି ସ୍ଥାନକୁ ଖୋଳା ଯାଇଥିଲା । ପ୍ରାୟ ୨ ଫୁଟ ତଳକୁ ଖୋଳା ଯାଇଥିବା ଗାତ ଭିତରୁ ଏକ ଗଳିତ ମୃତ ଦେହ ଉଦ୍ଧାର କରାଯାଇଥିଲା । ତେବେ ଅଧିକ ତଦନ୍ତ ପାଇଁ ବାରିପଦାରୁ ସାଇଣ୍ଟିଫିକ୍‌ ଟିମ ଖବର ଦିଆ ଯାଆଇଥିଲା ।
ଏହା ମଧୟ ପଢନ୍ତୁ .....ଥାନାରେ ମାଡ଼ ମାରିଲେ SI: ମିଳିଲାନି ନ୍ୟାୟ, ଲୋକଲଜ୍ଜାରେ ଜୀବନ ହାରିଲେ ଯୁବକ !

ମୃତଦେହକୁ କେହି କମ୍ବଳରେ ଢାଙ୍କି ଦୌଡ଼ିରେ ଶରୀରକୁ ବାନ୍ଧି ମାଟିରେ ପୋତି ଦେଇଥିଲା । ଉଦ୍ଧାର ମୃତଦେହଟି ଜଣେ ଯୁବକର ହୋଇଥିବା ବେଳେ ପ୍ରାୟ ୧୫/୨୦ ଦିନ ପୂର୍ବରୁ ଏହାକୁ ପୋତା ଯାଇଥିବାର ଅନୁମାନ କରିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଯୁବକକୁ କେହି ହତ୍ୟା କରି ପୋତି ଦେଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ସ୍ପଷ୍ଟ ଜଣା ପଡ଼ୁଛି । ଏନେଇ ଠାକୁରମୁଣ୍ଡା ଥାନା ପୋଲିସ ମୃତଦେହକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.