ETV Bharat / state

ରାସ୍ତା ନଥିବାରୁ 8 କିମି ବୁହା ହୋଇଥିଲା ମୃତଦେହ, ଜିଲ୍ଲାପାଳଙ୍କୁ ଭେଟିଲେ ଗାଁଲୋକେ

author img

By

Published : Sep 10, 2022, 10:01 AM IST

ରାସ୍ତା ନିର୍ମାଣ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ
ରାସ୍ତା ନିର୍ମାଣ ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଗ୍ରାମବାସୀ

ରାସ୍ତା ନଥିବାରୁ ମୁର୍ଲିମୁଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ସହ ଯଥାଶୀଘ୍ର ରାସ୍ତା ନିର୍ମାଣ କରିବା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ଭବାନୀପାଟଣା: ସ୍ବାଧୀନତାର ଅମୃତ ମହୋତ୍ସବ ପାଳୁଛି ଦେଶ । ଦେଶକୁ ସ୍ବାଧୀନତା ମିଳିବାର 7 ଦଶନ୍ଧୀ ପରେ ବି ଗାଁକୁ ନାହିଁ ନିତିଦିନିଆ ରାସ୍ତା । ଗାଁକୁ ରାସ୍ତା ସଂଯୋଗ ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଛନ୍ତି କଳାହାଣ୍ଡି ଜିଲ୍ଲା ମୁର୍ଲିମୁଇ ଗାଁର ଲୋକେ । ଖୁବ ଶୀଘ୍ର ରାସ୍ତା ସଂଯୋଗ ପାଇଁ ଲିଖିତ ଆକାରରେ ଜଣାଇଛନ୍ତି ।

କାହିଁକି ରାସ୍ତା ନିର୍ମାଣ ଦାବି ଉଠାଇଲେ ଗାଁ ଲୋକେ ?

ଗତ ୧୫ ଦିନ ତଳେ ବ୍ଲକର ମୁର୍ଲିମୁଇ ଗାଁର ଜଣେ ବ୍ୟକ୍ତିଙ୍କ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ହୋଇଥିଲା । ମହାପ୍ରୟାଣ ଗାଡ଼ିରେ ମୃତଦେହ ଗାଁକୁ ଆଣିବା ପାଇଁ ବାହାରି ଥିଲେ ପରିବାର ଲୋକେ ହେଲେ ଗାଁକୁ ରାସ୍ତା ନଥିବା କାରଣରୁ ମହାପ୍ରୟାଣ ଗାଡି ଗାଁ ଭିତରକୁ ଯାଇ ପାରି ନଥିଲା ପରେ ପରିବାର ଓ ଗ୍ରାମବାସୀ ମୃତଦେହକୁ ସର୍ଗିପଦର ଗାଁରୁ ନିଜ ଗାଁ ମୁର୍ଲିମୁଇ ଗାଁକୁ ପ୍ରାୟ ୮ କିଲୋମିଟର ବୋହି ନେଇଥିଲେ । ଏହି ଘଟଣାକ୍ରମେ ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ସହ ଯଥାଶୀଘ୍ର ରାସ୍ତା ନିର୍ମାଣ କରିବା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ଥୁଆମୂଳ ରାମପୁର ବ୍ଲକର ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ସରକାରୀ ବ୍ୟବସ୍ଥାର ନଗ୍ନ ଚିତ୍ର । ନିର୍ବାଚନ ଆସିଲେ ନେତା ମନ୍ତ୍ରୀଙ୍କର ଗାଁରେ ପାଦ ପଡେ । ଆଉ ମିଳେ ପୁଳା ପୁଳା ପ୍ରତିଶୃତି । ପ୍ରତିଶୃତିର ପାହାଡ ଲଦି ଦେଇ ନେଇ ଯାଆନ୍ତି ଗାଁ ଲୋକଙ୍କ ଠାରୁ ଭୋଟ । ନିର୍ବାଚନ ସରିଗଲା ପରେ ନେତାଙ୍କର ପ୍ରତିଶୃତି ପାଣିର ଗାର ପାଲଟି ଯାଏ । ନା ଦେଖାଥାଏ ନେତାଙ୍କର ନା ପ୍ରତିଶୃତି ବାସ୍ତବ ରୂପ ନେଇଥାଏ । ସେପଟେ ସରକାରଙ୍କର ବିକାଶ ଗାଡି ଯେମିତି ଅଧାରେ ଅଟକି ଯାଇଛି । ଥୁଆମୂଳ ରାମପୁର ବ୍ଲକର ମୁର୍ଲିମୁଇ ଗାଁକୁ ରାସ୍ତାଟିଏ ନାହିଁ । ଆମ୍ବାଲାନ୍ସ ଆସିବା ଦୂରର କଥା ବାଇକ ମଧ୍ୟ ଏଠାକୁ ଆସିବା ମୁସ୍କିଲ । ରାସ୍ତା ପାଇଁ ପ୍ରଶାସନକୁ ଗୁହାରି କଲେ ମଧ୍ୟ କେହି ଏଥିପାଇଁ କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଘଟଣାକୁ ନେଇ ଶୁକ୍ରବାର ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗାଁକୁ ସଂଯୋଗ କରୁଥିବା ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ସାମିଲ କରିବା ସହ ଯଥାଶୀଘ୍ର ରାସ୍ତା ନିର୍ମାଣ କରିବା ନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ କରିଛନ୍ତି ।

ଏନେଇ ସମାଜସେବୀ ମୁର୍ଲିଧର ନାଏକ କହିଛନ୍ତି "ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀ ଅମୃତ ମହୋତ୍ସବ ପାଳନ କରୁଛନ୍ତି । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ । ଗୋଟିଏ ଗାଁକୁ ମୃତଦେହ ନେବାକୁ ପାଇଁ ଖଟିଆରେ ୧୦ କିମି ବୋହିବାକୁ ପଡୁଛି । ରାସ୍ତା ନ ଥିବା କାରଣରୁ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବହିବାକୁ ୧୦ କିମି ବୋହିବାକୁ ପଡୁଛି । ତା ପରେ ଆମ୍ବୁଲାନ୍ସକୁ ସ୍ଥାନାନ୍ତର କରିବାକୁ ପଡୁଛି । ବାହାରେ ହସ୍ପିଟାଲରେ ଯଦି କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହୁଏ ତାହେଲେ ଯେଉଁ ସ୍ଥାନ ପର୍ଯ୍ୟନ୍ତ ଗାଡି ଯାଉଛି ସେଠାରୁ ୧୦ କିମି ଖଟିଆରେ ବୋହି ମୃତଦେହକୁ ଗାଁ ଭିତରକୁ ନେବାକୁ ପଡୁଛି ।"



ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.