ETV Bharat / state

ସାପ କାମୁଡାରେ ପୁଅର ମୃତ୍ୟୁ, ଡାକ୍ତରଖାନାରୁ ମୃତଦେହ ନେଇ ପରିବାର ଲୋକେ ଫେରାର

author img

By

Published : Jun 24, 2022, 10:25 PM IST

ସାପ କାମୁଡାରେ ପୁଅର ମୃତ୍ୟୁ ପରେ ଡାକ୍ତରଖାନାରୁ ମୃତଦେହ ନେଇ ଫେରାର୍ ହେଲେ ପରିବାର ବର୍ଗ
ସାପ କାମୁଡାରେ ପୁଅର ମୃତ୍ୟୁ ପରେ ଡାକ୍ତରଖାନାରୁ ମୃତଦେହ ନେଇ ଫେରାର୍ ହେଲେ ପରିବାର ବର୍ଗ

ସାପ କାମୁଡାରେ ପୁଅର ମୃତ୍ୟୁ ପରେ ଡାକ୍ତରଖାନାରୁ ମୃତଦେହ ନେଇ ଗୁଣିଆ ପାଖରେ ପହଞ୍ଚିଲେ ପରିବାର ବର୍ଗ । ନାକେଦମ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସମେତ ପୋଲିସ କର୍ମଚାରୀ । ଅଧିକ ପଢନ୍ତୁ

ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦାଦପୁର ଗାଁରେ ଅଭାବନୀୟ ଘଟଣା । ସାପ କାମୁଡାରେ ପୁଅର ମୃତ୍ୟୁ ଘଟିବା ପରେ ଡାକ୍ତରଖାନାରୁ ମୃତଦେହ ନେଇ ଫେରାର୍ ହୋଇଗଲେ ପରିବାର ଲୋକେ । ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସମେତ ପୋଲିସ କର୍ମଚାରୀ ନାକେଦମ ।

ସାପ କାମୁଡାରେ ପୁଅର ମୃତ୍ୟୁ ପରେ ଡାକ୍ତରଖାନାରୁ ମୃତଦେହ ନେଇ ଫେରାର୍ ହେଲେ ପରିବାର ବର୍ଗ

ସୂଚନା ଅନୁଯାୟୀ, ଗ୍ରାମର ସମୀର ପ୍ରଧାନଙ୍କ ୩ ବର୍ଷର ପୁଅ ପୂରବ ପ୍ରଧାନ ଆଜି(ଶୁକ୍ରବାର) ସକାଳେ ଘର ସାମ୍ନାରେ ଖେଳୁଥିଲେ । ଏହି ସମୟରେ ହଠାତ୍ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ପରିବାର ଲୋକେ ଅବିଳମ୍ବେ ପୂରବଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପୂରବଙ୍କ ମୃତଦେହ ନେଇ ଡାକ୍ତରଖାନାରୁ ଫେରାର୍ ହୋଇ ଯାଇଥିଲେ ପରିବାର ଲୋକେ ।

ପୋଲିସ ଦୀର୍ଘ ସମୟ ଜାଖୋଜି କରିବା ପରେ ଶେଷରେ ସନ୍ଧାନ ପାଇଥିଲା । ଏହାପରେ ମୃତଦେହର ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.