ETV Bharat / state

DibyaShankar Press Conference: ମୁକ୍ତା ଯୋଜନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

author img

By

Published : Nov 26, 2021, 7:25 AM IST

DibyaShankar Press Conference
DibyaShankar Press Conference

ସହରକୁ ସବୁଜ ସୁନ୍ଦର କରିବାର ସ୍ବପ୍ନ ବାସ୍ତବର ରୂପନେବ । ସ୍ବଚ୍ଛ ସୌନ୍ଦର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବ ସହର । ମୁକ୍ତା ଯୋଜନାରେ ସହରକୁ ଆଗକୁ ନେବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀ(Press Conference) କରି ସୂଚନା ଦେଇଛନ୍ତି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର(DibyaShankar Mishra)। ଅଧିକ ପଢନ୍ତୁ

ଭବାନୀପାଟଣା: ବଦଳିବ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୂପରେଖ । ସହରକୁ ସବୁଜ ସୁନ୍ଦର କରିବାର ସ୍ବପ୍ନ ବାସ୍ତବର ରୂପନେବ । ସ୍ବଚ୍ଛ ସୌନ୍ଦର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବ ସହର । ମୁକ୍ତା ଯୋଜନାରେ ସହରକୁ ଆଗକୁ ନେବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିବା ନେଇ ସାମ୍ବାଦିକ ସମ୍ମିଳନୀ(Press Conference) କରି ସୂଚନା ଦେଇଛନ୍ତି ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର(DibyaShankar Mishra)।

DibyaShankar Press Conference

ସହରର ବିକାଶ ଓ ସୌନ୍ଦର୍ଯ୍ୟକରଣକୁ ନେଇ ସହରବାସୀଙ୍କ ପ୍ରସ୍ତାବିତ ପ୍ରକଳ୍ପକୁ 5T ଶାସନ ଆଧାରରେ ମୁକ୍ତା ଯୋଜନାରେ ୧୩.୦୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଯାହା ଆସନ୍ତା ଦିନରେ ସହରର ବିକାଶ କ୍ଷେତ୍ରରେ ଲାଗିବ । ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ତ୍ରୀ ।

ଗତ ୧୬ ତାରଖରେ ୫T ସଚିବଙ୍କ ମାଧ୍ୟମରେ ଏହି ପ୍ରସ୍ତାବ ଦିଆଯାଇଥିଲା । ସହର ସ୍ଥାନେ ସ୍ଥାନେ ବୈଠକ କରାଯାଇ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଥିଲା । ଯାହାକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର ।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.