ETV Bharat / state

ଦାଦନ ଦୁଃଖ: ଭିଟାମାଟିକୁ ଆସିଲାନି ମୃତଦେହ, ହାଇଦ୍ରାବାଦରେ ହେଲା ଅନ୍ତିମ ସତ୍କାର

author img

By

Published : Jun 15, 2022, 2:10 PM IST

ପୁଣି ଦାଦନ ଦୁଃଖ:ଭିଟାମାଟିକୁ ଆସିଲାନି ମୃତଦେହ, ହାଇଦ୍ରାବାଦରେ ହେଲା ଅନ୍ତିମ ସତ୍କାର
ପୁଣି ଦାଦନ ଦୁଃଖ:ଭିଟାମାଟିକୁ ଆସିଲାନି ମୃତଦେହ, ହାଇଦ୍ରାବାଦରେ ହେଲା ଅନ୍ତିମ ସତ୍କାର

ଗାଁରେ ପହଞ୍ଚିଲାନି ଦାଦନ ଶ୍ରମିକଙ୍କ ମୃତଦେହ । ହାଇଦ୍ରାବାଦରେ ସ୍ବାମୀ କଲେ ସ୍ତ୍ରୀର ଅନ୍ତିମ ସତ୍କାର । ଅଧିକ ପଢନ୍ତୁ

ଭବାନୀପାଟଣା: କାମଧନ୍ଧା ଅଭାବରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଲୋକେ । ଅସ୍ବାସ୍ଥ୍ୟକର ପରିବେଶ ଓ ହାଡ଼ଭଙ୍ଗା ପରିଶ୍ରମ ଫଳରେ ଅନେକ ଦାଦନ ଶ୍ରମିକ ମୃତ୍ୟୁମୁଖରେ ପଡୁଛନ୍ତି । ପରିସ୍ଥିତି ଏପରି ହେଉଛି ଯେ,ମୃତ ଦାଦନର ମୃତଦେହ ମଧ୍ୟ ନିଜ ଭିଟାମାଟିକୁ ଫେରିପାରିନଥିଲା । ଏପରି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ତି ଜିଲ୍ଲାର କନ୍ଦାବୁଟୁରା ଗାଁରେ ।

ପୁଣି ଦାଦନ ଦୁଃଖ:ଭିଟାମାଟିକୁ ଆସିଲାନି ମୃତଦେହ, ହାଇଦ୍ରାବାଦରେ ହେଲା ଅନ୍ତିମ ସତ୍କାର

ସୂଚନା ଅନୁଯାୟୀ କୋକସରା ବ୍ଲକ ଅନ୍ତର୍ଗତ କନ୍ଦାବୁଟୁରା ଗାଁର ପୂର୍ଣ୍ଣମୀ ଛାତ୍ରୀୟ ନିଜ ସ୍ବାମୀଙ୍କ ସହ ପରିବାର ପ୍ରତିପୋଷଣ ଆଶାରେ ଗତ ୫ ମାସ ତଳେ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ଏକ ଇଟା ଭାଟିରେ କାମ କରିବା ସମୟରେ ହଟାତ ପୂର୍ଣ୍ଣମୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା । ଫଳରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀ ମୃତଦେହ ନିଜ ଭିଟାମାଟିକୁ ଫେରାଇ ଆଣିବା ପାଇଁ ସମ୍ପୃକ୍ତ ଇଟା ମାଲିକଙ୍କୁ ନିବେଦନ କରିଥିଲେ । ହେଲେ ମାଲିକ ତାଙ୍କୁ କୌଣସି ସାହାଯ୍ୟ କରି ନ ଥିବା ବେଳେ ସେ ଗ୍ରାମବାସୀଙ୍କୁ ଘଟଣା ସମ୍ପର୍କରେ ଜଣାଇ ଥିଲେ । ଗ୍ରାମବାସୀ ସ୍ଥାନୀୟ ବ୍ଲକ ପ୍ରଶାସନ ନିକଟରେ ମୃତଦେହ ଫେରାଇ ଆଣିବାକୁ ନେଇ ନିବେଦନ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିପାରିନଥିଲା । ଶେଷରେ ପୂର୍ଣ୍ଣମୀଙ୍କ ସ୍ବାମୀ ହାଇଦ୍ରାବାଦରେ ହିଁ ପୂର୍ଣ୍ଣମୀଙ୍କ ଅନ୍ତିମ ସତ୍କାର କରିଥିଲେ ।

ଇଟିଭି ଭାରତ,କଳାହାଣ୍ତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.