ETV Bharat / state

ମମିତା ମେହେର ହତ୍ୟା ଘଟଣା, ଶେଷ ହେଲା କଂଗ୍ରେସର ଧାରଣା

author img

By

Published : Oct 28, 2021, 2:14 PM IST

ମମିତା ମେହେର ହତ୍ୟା ଘଟଣା; ଶେଷ ହେଲା କଂଗ୍ରସର ଧାରଣା
ମମିତା ମେହେର ହତ୍ୟା ଘଟଣା; ଶେଷ ହେଲା କଂଗ୍ରସର ଧାରଣା

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଯାହାକୁ ନେଇ ଏବେ ରାଜନୈତିକ ପାଣିପାଗକୁ ବେଶ ସରଗରମ ରହିଛି । ଏନେଇ ୩ ଦିନ ଧରି ଜିଲ୍ଲାବ୍ୟାପୀ ଧାରଣା ଦେଇଥିଲା କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି। ଅଧିକ ପଢନ୍ତୁ...

ଭବାନୀପାଟଣା: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଯାହାକୁ ନେଇ ଏବେ ରାଜନୈତିକ ପାଣିପାଗକୁ ବେଶ ସରଗରମ ରହିଛି । ହତ୍ୟାକାରୀ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ଅଭିଯୋଗ ନେଇ ସରକାରକୁ ଘେରିଛନ୍ତି ବିରୋଧୀ। ମନ୍ତ୍ରୀଙ୍କ ଇସ୍ତଫା ସହ ଘଟଣାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛନ୍ତି ବିରୋଧୀ ।

ମମିତା ମେହେର ହତ୍ୟା ଘଟଣା; ଶେଷ ହେଲା କଂଗ୍ରସର ଧାରଣା

ଏନେଇ ୩ ଦିନ ଧରି ଜିଲ୍ଲାବ୍ୟାପୀ ଧାରଣା ଦେଇଥିଲା କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି। ମମିତା ମେହେରଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ ଆନ୍ଦୋଳନକୁ ତୀବ୍ର କରିବା ସହ ଆସନ୍ତା ଦିନରେ କଂଗ୍ରେସର ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ସରକାରଙ୍କୁ ଦେଇଥିବା ଚେତାବନୀକୁ ସରକାର ନ ମାନିଲେ । ସରକାରକୁ କଂଗ୍ରେସ ଘେରିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି।

କଳାହାଣ୍ତିରୁ ଅଜିତ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.