ETV Bharat / state

ଢ଼ହଗାଁଠାରୁ ଡଙ୍ଗରିଗୁଡ଼ା ରାସ୍ତାରେ ନିମ୍ନ ମାନର କାମ ଅଭିଯୋଗ

author img

By

Published : Jan 20, 2022, 10:01 AM IST

କୋକସରା ବ୍ଲକ ଢ଼ହଗାଁଠାରୁ ଡଙ୍ଗରିଗୁଡ଼ା ପର୍ଯ୍ୟନ୍ତ ହୋଇଥିବା ରାସ୍ତାର ଅବସ୍ଥା ଏବେ ନକହିବା ଭଲ । ନିମ୍ନମାନର କାମ ହୋଇଥିବା ଅଭିଯୋଗ ଆଣିଲେ ଅଞ୍ଚଳବାସୀ । ଅଧିକ ପଢନ୍ତୁ

ଢ଼ହଗାଁଠାରୁ ଡଙ୍ଗରିଗୁଡ଼ା ରାସ୍ତାରେ ନିମ୍ନ ମାନର କାମ ହେଇଥିବା ଅଭିଯୋଗ
ଢ଼ହଗାଁଠାରୁ ଡଙ୍ଗରିଗୁଡ଼ା ରାସ୍ତାରେ ନିମ୍ନ ମାନର କାମ ହେଇଥିବା ଅଭିଯୋଗ

ଭବାନୀପାଟଣା: ରାସ୍ତାକାମରେ ମହାଦୁର୍ନୀତି । କୋକସରା ବ୍ଲକ ଢ଼ହଗାଁରେ ହୋଇଥିବା ରାସ୍ତାର ଅବସ୍ଥା ଏବେ ନକହିବା ଭଲ । ଢ଼ହଗାଁ ଠାରୁ ଡଙ୍ଗରିଗୁଡ଼ାକୁ ହୋଇଥିବା ପ୍ରାୟ 5କିମି ରାସ୍ତା 2020-21ରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ତିଆରି ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ରାସ୍ତାରେ ଏବେ ନିମ୍ନମାନର କାମ ହୋଇଥିବା ଅଭଯୋଗ ହୋଇଛି । ଏଥି ସହ ବିନା ଫଳକରେ ସମ୍ପୃକ୍ତ ଠିକା ସଂସ୍ଥା ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ମଧ୍ୟ ଅଞ୍ଚଳବାସୀ କହିଛନ୍ତି ।

ଢ଼ହଗାଁଠାରୁ ଡଙ୍ଗରିଗୁଡ଼ା ରାସ୍ତାରେ ନିମ୍ନ ମାନର କାମ ହେଇଥିବା ଅଭିଯୋଗ

ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଶହଶହ ଲୋକେ ଯାତାୟତ କରନ୍ତି । ହେଲେ ବର୍ତ୍ତମାନର ରାସ୍ତାର ଅବସ୍ଥାକୁ ନେଇ ଚିନ୍ତାରେ ସ୍ଥାନୀୟ ଲୋକେ । ଏହି ସଡକ ନିର୍ମାଣ ପାଇଁ ଅନେକ ଥର ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କୁ ଗୁହାରୀ କରିବାପରେ ୨୦୨୦-୨୧ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ଆରମ୍ଭ କରିଥିଲା । କିନ୍ତୁ ଠିକାଦାର ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତାରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ସେପଟେ ରାସ୍ତାର ଦୃଶ୍ୟ ଦେଖିଲେ ନିର୍ମାଣରେ ଏବେ ଦୁର୍ନୀତିର ଗନ୍ଧ ମଧ୍ୟ ବାରି ହୋଇପଡୁଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.