ETV Bharat / state

ନିଆରା ବାହାଘର: ସଙ୍ଗରୋଧ କେନ୍ଦ୍ରରେ ପତିପତ୍ନୀ ସାଜିଲେ ପ୍ରେମୀଯୁଗଳ

author img

By

Published : Jun 24, 2020, 7:41 AM IST

ନିଆରା ବାହାଘର, ସଙ୍ଗରୋଧ କେନ୍ଦ୍ରରେ ପତିପତ୍ନୀ ସାଜିଲେ ପ୍ରେମୀଯୁଗଳ
ନିଆରା ବାହାଘର, ସଙ୍ଗରୋଧ କେନ୍ଦ୍ରରେ ପତିପତ୍ନୀ ସାଜିଲେ ପ୍ରେମୀଯୁଗଳ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରେମୀଯୁଗଳ ପାଲଟିଲେ ପତିପତ୍ନୀ । ସମସ୍ତଙ୍କର ଉପସ୍ଥିତିରେ ସମ୍ପନ୍ନ ହେଲା ବାହାଘର ।

ଭବାନୀପାଟଣା: ସଙ୍ଗରୋଧ କେନ୍ଦ୍ରରେ ସାଜିଲେ ସାତଜନ୍ମର ସାଥୀ । ପ୍ରେମୀଯୁଗଳ ପାଲଟିଲେ ପତିପତ୍ନୀ । ସମସ୍ତଙ୍କର ଉପସ୍ଥିତିରେ ସମ୍ପନ୍ନ ହେଲା ବାହାଘର ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା କ୍ବାରେଣ୍ଟାଇନ ସେଣ୍ଟରରେ ଏମିତି ଏକ ନିଆରା ବାହାଘର ଦେଖିବାକୁ ମିଳିଛି । ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ପ୍ରେମୀଯୁଗଳ ରାଜାରାମ ଓ ଦୁତିଆ । 6 ମାସର ପ୍ରେମ କାହାଣୀ ପରେ ସମସ୍ତଙ୍କଠୁ ଆର୍ଶୀବାଦ ନେଇ ଦୁହେଁ ଦୁହିଁଙ୍କ ଜୀବନ ସାଥୀ ବନିଛନ୍ତି ।

ନିଆରା ବାହାଘର, ସଙ୍ଗରୋଧ କେନ୍ଦ୍ରରେ ପତିପତ୍ନୀ ସାଜିଲେ ପ୍ରେମୀଯୁଗଳ

ଦୁହେଁ ରୋଜଗାର ଲକ୍ଷ୍ୟରେ ବେଙ୍ଗାଲୁରୁ ଯାଇ ସେଠାରେ କାମ କରୁଥିବାବେଳେ 6 ମାସ ପୂର୍ବେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା । ପରେ କୋରୋନା ପାଇଁ ଲକ୍‌ଡାଉନ୍‌ ଘୋଷଣା ପରେ ଦୁହେଁ ଭିଟାମାଟିକୁ ଫେରିଥିଲେ । ସରକାରଙ୍କ ନିୟମ ଅନୁସାରେ କାଉଡୋଳା କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ।

ଆଉ ଶେଷରେ ନିଷ୍ପତ୍ତି ନେଇଥିଲେ କ୍ବାରେଣ୍ଟାଇନ ସେଣ୍ଟର ଛାଡିବା ପୂର୍ବରୁ ବିବାହ କରିବେ । ଆଉ ଏନେଇ ପ୍ରଶାସନକୁ ଜଣାଇବା ପରେ ଆବଶ୍ୟକ ପଦକ୍ଷେପ ନେଇଥିଲେ ସରପଞ୍ଚ ଜମ୍ବୁବତୀ ସାହୁ । ଉଭୟଙ୍କ ପରିବାରରୁ ସ୍ବୀକୃତି ମିଳିବା ପରେ ହୋଇଥିଲା ବାହାଘର ।

କଳାହାଣ୍ଡିରୁ ଅଜିତ୍‌ ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.